ଭୁବନେଶ୍ୱର: ଆଉ କିଛି ଘଣ୍ଟା ମଧ୍ୟରେ ଦେଶ ଗଣତନ୍ତ୍ର ଦିବସ ପାଳନ କରିବ ସେଥି ପାଇଁ ଚଳଚଂଳ ହେଉଛି ଗାଁଠୁ ସହର । ଯେଉଁ ସମୟ ଦେଶ ଗଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ପାଇଁ ନେତା ମନ୍ତ୍ରୀ ଓ ସାଧାରଣ ଜନତା ବ୍ୟସ୍ଥ ଠିକ୍ ସେତିକି ବେଳେ ଆମ ରାଜଧାନୀରେ ରାଜରାସ୍ତାରେ ସ୍ୱାଧିନତା ସଂଗ୍ରାମୀ ଶୀତ କାକରରେ ଅସହାୟ ହୋଇ ବୁଲୁଛି । ଦେଶକୁ ସ୍ୱାଧୀନତା ପାଇଁ କେତେ ଯେ ନିର୍ଯାତନା ସହିବା ସହ ଲାଠି ଜେଲଦଣ୍ଡ ଭୋଗୀ ଦେଶକୁ ସ୍ୱାଧୀନ କରିଛି । ସେହି ସ୍ୱାଧୀନତା ସଂଗ୍ରାମୀ ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି । ଏପରିକି ନିଜର ନିସ୍ୱାର୍ଥ ପର ଜୀବନ ଉପରେ କାହାଁର ନଜର ଲାଗିଯାଇଥିବା ଦେଖିବାକୁ ମିଳିଛି । ତାର ନୀତି ଆଦର୍ଶକୁ ବଂଚାଇବାକୁ ଯାଇ ମୁହଁରେ ପଟିବାନ୍ଧି ନିରବ ସାଜିଛି । ଏପରି ଅଜେଗାରେ ଘାଆଁ ପରି ଜୀବନ କାଟିବାକୁ ପଡ଼ୁଛି ।
ଆମେ ଯାହାଙ୍କ କାଥା କହିବାକୁ ଯାଉଛୁ ସେ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ରାଜକିଶୋର ମହାନ୍ତି । ପୁରୀ ଜିଲ୍ଲା କାକଟପୁର ଥାନା କଣ୍ଡଳପୁର ଗାଁରେ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଘର । ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇ ରାଜକିଶୋର ସାଉଟିଛନ୍ତି ବହୁ ମାନପତ୍ର ଓ ଅନେକ ସମ୍ମାନର ମଧ୍ୟ ଅଧିକାରୀ ହୋଇଛନ୍ତି । ଗାଁଠାରୁ ସହର ପ୍ରତିଟି ମଣିଷ ଏହି ସ୍ୱାଧିନତା ସଂଗ୍ରାମୀକୁ ଅସରା ଅସରା ଭଲ ପାଇବା ମଧ୍ୟ ଦେଇଛନ୍ତି । ସବୁଠି ଅତି ପ୍ରିୟର ପାତ୍ର ହୋଇଥିବା ବେଳେ ନିଜ ପରିବାରରେ ଅଲୋଡ଼ା ହୋଇଛନ୍ତି । ପୁଅ ବୋହୂଙ୍କ ନିର୍ଯାତନା ଏପରି ହୋଇପାରେ ବୟସର ଅପରାହ୍ନରେ ସ୍ୱାଧିନତା ସଂଗ୍ରାମୀ ବାପ।।ଙ୍କୁ ରାଜଧାନୀ ବୁଲାଇବାକୁ କହି ଘରୁ ଆଣି ବାଟରେ ଛାଡ଼ି ଦେଇଛି । ଗତକାଲି ରାତିରେ କଳ୍ପନା ଛକରେ ଏହି ବୟସ୍କ ମଣିଷକୁ ଦେଖି କିଛି ଲୋକ ପଚାରୀବା ପରେ ପ୍ରକୃତ ସତ୍ୟ କଥା ପଦାକୁ ଆସିଥିଲା । ଏହି ସ୍ୱାଧୀନତା ସଂଗ୍ରାମୀ ରାଜ କିଶୋରଙ୍କୁ ତାଙ୍କ ପୁଅ ଅନାମ ପ୍ରସାଦ ମହାନ୍ତି ଓ ତାଙ୍କ ବୋହୂ ଶାରୀରିକ ନିର୍ଯାତନା ଦେଇ ଘରୁ ତଡ଼ି ଦେଇଥିବା ଅଭିଯୋଗ କରିଛନ୍ତି । ରାଜଧାନୀକୁ ବୁଲାଇବାକୁ କହି ଘରୁଆଣି ମୋତେ ଛାଡ଼ି ଦେଇ ଚାଲି ଯାଇଥିବା ପ୍ରକାଶ କରିଛନ୍ତି । ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ କରପୋରେଟର ଅମରେଶ ଜେନା ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଂଚି ରାତ୍ରୀ ଆଶ୍ରୟ ସ୍ଥଳକୁ ନେବା ସହ ଖାଇବା ପିଇବା ରହିବାର ବ୍ୟବସ୍ଥା କରିଥିଲେ ।
ଏତିକିରେ ସରିନାହଁ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ କାହାଣୀ ରାଜକିଶୋର କହନ୍ତି ‘ ମୋର ପୁଅ ଗୋଡ଼ ପିଠିକୁ ବାଡ଼େଇଛି ଆଉ ମୋତେ ବହୁ କଷ୍ଟ ହେଉଛି’ । ସରକାର ମୋତେ ସଂଗ୍ରାମୀ ଭତ୍ତା ଦେଇଛନ୍ତି । ତାହାକୁ ମଧ୍ୟ ସେମାନେ ନେଇ ଯାଉଛନ୍ତି । ଏହାକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ କଲେ ଆପଣ ପୁଅ ବୋହୂ ନାମରେ ଥାନାରେ ଅଭିଯୋଗ କରନ୍ତୁ । କିନ୍ତୁ ଏପରି ଉତ୍ତର ମିଳିବ ତାହାକୁ କେହି ବିଶ୍ୱାସ କରିନଥିଲେ । ଏତେ ନିର୍ଯାତନା ସହିଲା ପରେ ମଧ୍ୟ ମଣିଷ ପଣିଆର କଥା କହିଛନ୍ତି । କହିଲେ ମୁଁ ଏତେ ତଳକୁ ଖସିଯାଇ ନାହିଁ ଯେ ପୁଅବୋହୂ ନାମରେ ଅଭିଯୋଗ କରିବି । ବୟସ ୯୫ ତଥା ମୃତ୍ୟୁ ନିକଟତର ହୋଇଥିଲେ ମଧ୍ୟ କର୍ତବ୍ୟ ନିଷ୍ଠା ନିକଟରେ ଏଠି ହାରିଯାଇଛନ୍ତି ନିଷ୍ଟୁର ପୁଅବୋହୁ..
ସ୍ୱାଧୀନତା ସଂଗ୍ରାମୀଙ୍କୁ ପୁଅବୋହୂଙ୍କ ନିର୍ଯାତନା; ରାଜଧାନୀ ବୁଲାଇବାକୁ କହି ଘରୁ ଆଣି ଛାଡ଼ି ପଳାଇଲେ !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!