ଭୁବନେଶ୍ବର : ଏଣିକି ପ୍ରତି ଶୁକ୍ରବାର ଅଫିସକୁ ସାଇକେଲ କିମ୍ବା ଚାଲିଚାଲି ଆସିବେ ଭୁବନେଶ୍ୱର ମହାନଗର ନିଗମ, ବିଡିଏ ଓ ବିଏସସିଏଲ କର୍ମଚାରୀ । ପ୍ରଦୂଷଣ ମୁକ୍ତ କରିବାକୁ ରାଜଧାନୀରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ଏ ନେଇ ବିଏମସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ବିଏମସି କର୍ମଚାରୀମାନେ ସାଇକେଲରେ ଅଫିସ୍ ଆସିଛନ୍ତି। ବିଡିଏ କମିଶନର, ଅତିରିକ୍ତ କମିଶନର, ଡେପୁଟୀ କମିଶନର ପ୍ରମୁଖ ସାଇକେଲ ଧରି ଅଫିସ୍ ଆସିଛନ୍ତି। ଭୁବନେଶ୍ୱର ମହାନଗର ନିଗମ, ଭୁନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବିଏମସିରେ ୪୦୦, ବିଡିଏରେ ୮୦୦ ଓ ବିଏସସିଏଲରେ ୧୦୦ କର୍ମଚାରୀ ଏହି ନିର୍ଦ୍ଦେଶ ପାଳନ କରିବେ। ନିୟମ ଲାଗୁ ହେଲେ ସହରରେ ଶୁକ୍ରବାର ଦିନ ପ୍ରାୟ ହଜାରେ ଗାଡ଼ି ଚଳାଚଳ ବନ୍ଦ ରହିବ। । ଭୁବନେଶ୍ୱରରେ ଏବେ ବିଡିଏ, ବିଏମସି ଓ ବିଏସସିଏଲର ପାଖାପାଖି ଏକ ହଜାର କର୍ମଚାରୀ କାମ କରୁଛନ୍ତି । ଫଳରେ ପାଖାପାଖି ୨୦୦ ଗାଡି ରାସ୍ତାକୁ ଓହ୍ଳାଇବ ନାହିଁ ।
ଏଣିକି ପ୍ରତି ଶୁକ୍ରବାର ଅଫିସକୁ ସାଇକେଲରେ ଆସିବେ କର୍ମଚାରୀ
- Advertisement -
Stay Connected
Comment
- metoprolol 50 mg tablet on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- sertraline hydrochloride pill on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.