କୃଷ୍ଣପ୍ରସାଦ ବ୍ଳକରେ ବ୍ଳାଡଫ୍ଲୁ ଆତଙ୍କ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମଧ୍ୟାହ୍ନ ଭୋଜନରେ ଦିଆଯିବନି ଅଣ୍ଡା, ସେପଟେ ଚିଲିକାରେ ବ୍ଳାଡଫ୍ଲୁ ଆତଙ୍କ,ଅନୁଧ୍ୟାନ କରିବେ ବିଶେଷଜ୍ଞ !

Odisha Hot News
1 Min Read


ଭୁବନେଶ୍ୱର: ପୁଣି ବ୍ଳାଡଫ୍ଲୁ ଆତଙ୍କ । ତେବେ ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ରେ ବ୍ଳାଡଫ୍ଲୁ ଆତଙ୍କ ଦେଖାଦେଇଥିବାବେଳେ କୁକୁଡା ଓ କାଉରେ ବ୍ଳାଡଫ୍ଲୁ ପଜେଟିଭି ମିଳିଥିବା ଜଣାପଡିଛି । ତାହାସହିତ ପଥରଗଂଜ, ମାସସାହି ଓ ବୃଦ୍ଧିବର ଗାଁରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏକ କିଲୋମିଟର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମରାଯିବା ନେଇ ନିଷ୍ପତ୍ତି ନିଆଯିବ ସହ ୧୦ କିଲୋମିଟର ମଧ୍ୟରେ କୁକୁଡା ମାଂସ ଖାଇବା ନେଇ ମଧ୍ୟ କଟକଣା ଜାରି କରାଯିବ । ସେପଟେ ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ମଧ୍ୟାହ୍ନ ଭୋଜନରେ ବି ଅଣ୍ଡା ବନ୍ଦ କରାଯିବ ।
ସେହିପରି କୃଷ୍ଣପ୍ରସାଦ ବ୍ଳକ ରେ ବ୍ଳାଡଫ୍ଲୁ ଆତଙ୍କ ଯୋଗୁଁ ଚିଲିକାରେ ମଧ୍ୟ ବ୍ଳାଡଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି । ତେଣୁ ଏଥିପାଇଁ ଚିଲିକାରେ କ’ଣ ପ୍ରଭାବ ରହିଛି ସେ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଏଡିଆରଆଇର ଏକ ବିଶେଷଜ୍ଞ ଟିମ୍ ଆଜି ଚିଲିକା ନଳବଣକୁ ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି। ବିଶେଷଜ୍ଞ ଟିମ ଗସ୍ତକୁ ନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନର ବାଲୁଗାଁଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଚିଲିକାରେ ବିଦେଶାଗତ ଅତିଥି ପକ୍ଷୀଙ୍କ ମୃତଦେହ ଠାବ ହୋଇଛି କି ନାହିଁ କିମ୍ବା ଅନ୍ୟ କେଉଁଠି କାଉ, ପାରା ମରିଛନ୍ତି ସେ ନେଇ ବୈଠକରେ ତର୍ଜମା ହୋଇଛି । କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ବିଦେଶାଗତ ଅତିଥି ପକ୍ଷୀଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ’ ଆଶଙ୍କା ଘନୀଭୂତ ହୋଇଛି। ସେପଟେ ଏ ସଂପର୍କରେ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଜା ପଟ୍ଟନାୟକ କହିଛନ୍ତି ଯେ, ଜିଲ୍ଲାରୁ ୫ ଶହ କୁକୁଡା ଓ ବତକର ସାମ୍ପୁଲ ସମେତ ଚନ୍ଦ୍ରଭାଗାରେ ମରିଥିବା ଏକ ବିଦେଶାଗତ ପକ୍ଷୀର ସାମ୍ପୁଲକୁ ଏଡିଆରଆଇକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ’ ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share This Article
10 Comments