ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୩୦ଜଣ ରହିଛନ୍ତି। ଗତ ୩ଦିନ ମଧ୍ୟରେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇଯାଇଛି। ୩୦ଜଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ସୂର୍ଯ୍ୟନଗରର ଓ ବମିଖାଲର ପ୍ରଥମ ଆକ୍ରାନ୍ତଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି। ତେବେ ବମିଖାଲର ଆକ୍ରାନ୍ତମାନେ ଗୋଟିଏ ପରିବାରର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବମିଖାଲରେ ପ୍ରଥମେ ୩ଜଣଙ୍କ କରୋନା ପଜିଟିଭ ବାହାରିଥିଲା। ସେମାନେ ୩ଭାଇ ଥିଲେ। ଏହାପରେ ଆଉ ଜଣେ ଆକ୍ରାନ୍ତ ତାଙ୍କ ପରିବାରର ବାହାରିଥିଲା। ତାପରେ ପୁଣି ୧୫ଜଣ ବମିଖାଲର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।
ଭୁବନେଶ୍ୱରରେ ଏବେ ୩୦ କରୋନା ଆକ୍ରାନ୍ତ ଚିକିତ୍ସିତ: ବମିଖାଲର ସବୁ ଆକ୍ରାନ୍ତ ଗୋଟିଏ ପରିବାରର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- WilliamHab on ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଉପରେ ଲାଗିଲା କଟକଣା
- Matthewdip on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- Serena on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- yetişkin video on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- mostbet_tpMa on ଆଜିର ରାଶିଫଳ
