ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ କେନ୍ଦ୍ର

Odisha Hot News
1 Min Read

ଭୁବନେଶ୍ବର: ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ ଅନୁଷ୍ଠାନ । କଡ଼ା କୋଭିଡ କଟକଣା ଭିତରେ ବ୍ୟାୟାମ ପାଇଁ ମିଳିଛି ଅନୁମତି । ଅତି କମ୍‌ରେ ୬ ଫୁଟ୍‌ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଫେସ୍‌ କଭର ବା ଫେସ୍‌ ମାସ୍କ ବାଧ୍ୟତାମୂଳକ। ତେବେ ବ୍ୟାୟାମ ସମୟରେ ମାସ୍କ ନପିନ୍ଧିବାକୁ କୁହାଯାଇଛି । ବିଶେଷ କରି ଏନ୍‌ -95 ମାସ୍କକୁ ବାରଣ କରାଯାଇଛି। ଶ୍ୱାସ ପ୍ରକ୍ରିୟାରେ ବାଧା ପହଞ୍ଚାଇବ ମାସ୍କ ।

ତେଣୁ ବ୍ୟାୟାମ ବେଳେ ଭାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଜିମ୍‌ ଉପକରଣ ବ୍ୟବହାର ପୂର୍ବରୁ ହାତ ସାନିଟାଇଜ୍‌ କରିବା ବାଧ୍ୟତାମୂଳକ। ସମ୍ଭବ ହେଲେ କେତେକାଂଶରେ ଜିମ୍‌ ଯନ୍ତ୍ରପାତି କୋଠରୀ ବାହାରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ସଂକ୍ରମଣ ବ୍ୟାପିବାର କମ୍‌ ସମ୍ଭାବନା ରହିଛି। ସେହିପରି ଯୋଗ ଅନୁଷ୍ଠାନରେ ଗୋଟିଏ ମ୍ୟାଟ୍‌କୁ ଏକାଧିକ ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ । ସମେସ୍ତ ବ୍ୟକ୍ତିଗତ ଭାବେ ନିଜ ନିଜର ମ୍ୟାଟ୍‌ ନେଇ ଯିବାକୁ କୁହାଯାଇଛି।

Share This Article