ଭୁବନେଶ୍ବରରେ ଖୋଲିବ ସପିଂ ମଲ୍, ଅନୁମତି ଦେଲା ବିଏମସି

Odisha Hot News
1 Min Read

ଭୁବନେଶ୍ବର :ଭୁବନେଶ୍ବରରେ ଖୋଲିବ ସପିଂ ମଲ। ପ୍ରାୟ ସାଢେ ଚାରି ମାସ ପରେ ରାଜଧାନୀର ବିଭିନ୍ନ ସପିଂ ମଲ୍‌ ଖୋଲିବାକୁ ଅନୁମତି ଦେଇଛି ବିଏମସି।  ମଲ୍‌ ପରିସରରେ କ’ଣ ଖୋଲିବ, କ’ଣ ବନ୍ଦ ରହିବ, ସେନେଇ SOP ଜାରିକରିଛି ବିଏମସି।ମଲ୍‌ରେ ଥିବା ଫୁଡ୍‌କୋର୍ଟ, ଖାଦ୍ୟ ଦୋକାନ, ଗେମ୍‌ ଜୋନ୍‌, ଗେମିଂ ଆର୍କେଡ୍‌ସ, ପିଲାମାନେ ଖେଳିବାକୁ ଥିବା ଖୋଲାସ୍ଥାନ, ସିନେମା ହଲ୍‌, ମନୋରଞ୍ଜନ ହଲ୍‌, ଫନ୍‌ ଜୋନ୍‌ ଖୋଲିବ ନାହିଁ ।  ସପିଂ ମଲକୁ ଯିବାକୁ ହେଲେ ଗ୍ରାହକଙ୍କୁ କିଛ ଗାଇଡଲାଇନ ମାନିବାକୁ ପଡିବ।  ଆଉ ସପିଂ ମଲ ମାନେ ବିଏମସି ଜାରି କରିଥିବା ଗାଇଡ ଲାଇନ ଅନୁସାରେ ମଲ୍ ଖୋଲିପାରିବେ। ତେବେ ଜରି କରାଯାଇଥିବା ଗାଇଡଲାଇନ ଗୁଡିକ ହେଲା

  •  ମଲ ଭିତରେ ପ୍ରବେଶ  କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବ। ଜ୍ବର ଥଣ୍ଡା କାଶ ହୋଇଥିଲେ ମଲ ଭିତରକୁ ପ୍ରବେଶ ମନା କରାଯିବ।
  • ମଲ ଭିତରେ ସମସ୍ତ ଗ୍ରାହକ ସାମାଜିକ ଦୂରତା ରଖିବେ ଓ ମାସ୍କ ପିନ୍ଧିବେ
  • ମଲ ଭିତରେ କୌଣସି ପ୍ରମୋସନାଲ ପ୍ରୋଗ୍ରାମ କରାଯାଇପରିବ ନାହିଁ।
  • ସମସ୍ତଙ୍କ ପାଇଁ ହାତ ଧୋଇବାର ବ୍ୟବସ୍ଥା କରାଯିବ
  • ମଲ୍ ଭିତରେ ଫୁଡ କୋର୍ଟ ଖୋଲାଯାଇପରିବ ନାହିଁ
  • ବୟସ୍କ କର୍ମଚାରୀ, ଗର୍ଭବତୀ କର୍ମଚାରୀ, ଅସୁସ୍ଥ କର୍ମଚାରୀ ମଲ୍‌କୁ ଆସିବେ ନାହିଁ
  • ଷ୍ଟାଫ୍ ଓ ଗ୍ରାହକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ।
  • ମଲ୍‌ରେ କରୋନା ନେଇ ବ୍ୟାପକ ସଚେତନତା କରାଯିବ
  • ଯଦି ଗ୍ରାହକ ଆରୋଗ୍ୟ ସେତୁ ଓ  ସଚେତକ ଆପ୍ ଡାଉନଲୋଡ କରିନାହାନ୍ତି ତେବେ କରିବାକୁ ପରାମର୍ଶ ଦେଲା  ବିଏମସି
  • କରୋନା ସଚେତନତା ପାଇଁ ମଲ୍‌ରେ ପୋଷ୍ଟର ଲାଗିବା ସହ ଅଡିଓ ଭିଜୁଆଲ ବାର୍ତ୍ତା ଦିଆଯିବ
Share This Article