ରାଜଗାଙ୍ଗପୁର: ପୁଣି ହାଜତ ଭିତରେ ଜଣେ ଅଭିଯୁକ୍ତ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଥାନା ହାଜତରେ । ତେବେ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ହାଜତ ଭିତରେ ଅଭୁଯୁକ୍ତଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏହା ଆତ୍ମହତ୍ୟା କି ନାଁ ଅନ୍ୟ କାରଣରୁ ମତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ଜୟ ଲାକ୍ରା । ତାଙ୍କ ଘର ରାଇକାକଚ୍ଚାର । ସୂଚନା ମୁତାବକ, କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରରୁ ରାଇକାକଚ୍ଚାର ଗ୍ରାମର ରବୀନ୍ଦ୍ର ଲାକ୍ରା ଙ୍କ ଖାତାରୁ ୯୦ ହଜାର ଟଙ୍କା ଗତ ୨୦ ଓ ୨୧ନଭେମ୍ବରରେ କେହି ଉଠାଇ ନେଇଥିଲା । ଏହା ପୂର୍ବରୁ ମଧ୍ୟ ୫୦ରୁ ଅଧିକ ଜମାକାରୀଙ୍କ ଖାତାରୁ ୩ରୁ ୧୦ ହଜାର ଟଙ୍କା ଲେଖାଏଁ କରି ୧୦ ଲକ୍ଷ ଟଙ୍କା ହଡ଼ପ ହୋଇଛି । ଏନେଇ ରବିନ୍ଦ୍ର ଥାନାରେ ଏତଲା ଦାୟର କରିଥଲେ । ତେବେ ରବିନ୍ଦ୍ରଙ୍କର ଏତଲାକୁ ଭତ୍ତି କରି ,ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ କରି ଜୟଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିଲା । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଜୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।
ପୁଣି ହାଜତ ଭିତରେ ଅଭିଯୁକ୍ତ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_iemr on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- mostbet_cfOl on ୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି
- mostbet_kaEt on ଭଦ୍ରକ ଲୋକସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା
- melbet_dqMt on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- luxury car rental miami_rfOn on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
