ରାଜଧାନୀରେ ପୁଣି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ

Odisha Hot News
2 Min Read

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏନେଇ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି | ଏହାଫଳରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି।

ଏମାନଙ୍କ ଭିତରୁ ୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪ଜଣ ଗୃହ ସଙ୍ଗରୋଧରେ ଥିବା ସୂଚନା ଦିଆଯାଇଛି। ଦୁଇ ସ୍ଥାନୀୟ ସଂକ୍ରମିତ କପିଳେଶ୍ବର ଅଞ୍ଚଳର ଭଦ୍ରକ ଫେରନ୍ତା ୨୫ ବର୍ଷିୟ ପୁରୁଷ ଓ ଜଣେ ୩୨ ବର୍ଷିୟ ପୁରୁଷ ଯିଏକି ଘରୋଇ ଡାକ୍ତରଖାନାରେ ସେବା ପ୍ରଦାନକାରୀ।

 

ଗୃହ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଭିତରୁ ପଟିଆ ଅଞ୍ଚଳର ଶ୍ରୀବିହାରର ଜଣେ ୩୧ ବର୍ଷିୟ ପୁରୁଷ, ଜଣେ ୬୫ ବର୍ଷିୟ ପୁରୁଷ ଓ ଓ ଜଣେ ୫୮ ବର୍ଷୀୟା ମହିଳା ଅଛନ୍ତି। ଏହାଛଡ଼ା ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ୍ ନିକଟରୁ ଜଣେ ୭୨ ବର୍ଷିୟ ପୁରୁଷ ଓ ଓ ଜଣେ ୭୧ ବର୍ଷୀୟା ମହିଳା ଅଛନ୍ତି। ସେଦୁହେଁ ଯୁକ୍ତରାଷ୍ଟ୍ର ଆମେରିକାରୁ ଫେରିଥିଲେ। ଠିକ୍ ସେହିପରି ୟୁନିଟ୍-୪ର ଶାସ୍ତ୍ରୀ ନଗରର ୭୫ ଓ ୪୦ ବର୍ଷିୟ ଦୁଇ ପୁରୁଷ ଚିହ୍ନଟ ହୋଇଛନ୍ତି।ଉଭୟେ କୋଲକାତା ଫେରନ୍ତା। ଡୁମଡୁମା ଫେଜ୍-୧ରୁ ୨୨ବର୍ଷିୟ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହାଛଡ଼ା କଳିଙ୍ଗ ବିହାର ଶୈଳବାଳା ଏନକ୍ଲେଭରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଓମାନରୁ ଫେରିଥିବା ୩୪ ବର୍ଷିୟ ପୁରୁଷ।

ଏହାଛଡ଼ା ସତ୍ୟନଗର ଓଭର ବ୍ରିଜ ନିକଟରୁ ଜଣା ୩୩ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ । ଦିଲ୍ଲୀରୁ ଫେରିବା ପରେ ସେ ଘରେ ସଂଗରୋଧରେ ଥିଲେ ।ନୟାପଲ୍ଲୀ ଶବରସାହିରେ ୫୪ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ।ସେ ଚେନ୍ନାଇରୁ ଫେରିବା ପରେ ଘରେ ସଂଗରୋଧରେ ଥିଲେ ।ରସୁଲଗଡ ନେତାଜୀ ବିହାରରେ ୪୭ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି ଭୂତାଣୁ।ସେ ନିକଟରେ ଗୁରଗାଓଁରୁ ଫେରି ଘରେ ରହିଥିଲେ ସଂଗରୋଧରେ ।ରାଜଧାନୀ ଉପକଣ୍ଠ ଯଦୁପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଫେରିଥିବା ୩୧ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି ଭୂତାଣୁ । ରାଜଧାନୀର ୟୁନିଟ୍ ୩ ମସଜିଦ୍ କଲୋନୀରେ ୬୦ ବର୍ଷୀୟା ମହିଳା ଆକ୍ରାନ୍ତ ଚିହ୍ନଟ।କୋଲକାତାରୁ ସଂପର୍କୀୟଙ୍କ ଘରୁ ସେ ଫେରି ଘରେ ସଙ୍ଗରୋଧରେ ରହିଥିଲେ ।

Share This Article