ଆସନ୍ତାକାଲିଠୁ DL ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ

Odisha Hot News
1 Min Read

ଭୁବନେଶ୍ବର : ରାଜ୍ୟରେ ପୁଣି ଆରମ୍ଭ ହେବ ଏଲ୍‌ଏଲ୍‌ (LL, DL) ଟେଷ୍ଟ। ଏ ନେଇ ଆସନ୍ତାକାଲିଠୁ ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏହାସହ ୨୨ ତାରିଖରୁ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ତେବେ ୧୮ରୁ DL ଟେଷ୍ଟ ପାଇଁ ଆରମ୍ଭ ହେବ।

ସେହିପରି ୨୯ରୁ ଆରମ୍ଭ ହେବ LL ଟେଷ୍ଟ।ସାମାଜିକ ଦୂରତ୍ବ ରକ୍ଷାକରି ଟେଷ୍ଟ ନିଆଯିବ। ଟେଷ୍ଟ ବେଳେ ଆବେଦନକାରୀ, RTO କର୍ମଚାରୀ ପିନ୍ଧିବେ ମାସ୍କ ବ୍ୟବହାର କରିବେ। କରୋନା ଯୋଗୁଁ ଏଲ୍‌ଏଲ୍‌, ଡିଏଲ୍‌ ବନ୍ଦ ଥିଲା। ତେଣୁ ଆସନ୍ତାକାଲିଠୁ ଏ ସବୁ ଆରମ୍ଭ ହେବ ବୋଲି ରାଜ୍ୟ ପରିବହନ କମିଶନର ସୂଚନା ଦେଇଛନ୍ତି।

Share This Article