ଆଗାମୀ କିଛି ସପ୍ତାହ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ : ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର : କରୋନା ଭାଇରସ ମୁକାବିଲା ପାଇଁ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆହ୍ବାନ କରିଛନ୍ତି ।

ସେ କହିଛନ୍ତି ଯେ ଆଗକୁ  ମୌସୁମୀ ଆସିବାକୁ ଥିବାରୁ ଲୋକମାନଙ୍କ ମଧ୍ୟରେ ଅନ୍ୟ ପ୍ରକାରର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ମାଧ୍ୟମରେ ଘରକୁ ଘର ବୁଲି  କରୋନାଭାଇରସ ସମେତ ଅନ୍ୟାନ୍ୟ ରୋଗ ଯଥା ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ଯାଞ୍ଚ କରିବାକୁ ହେବ

ଗତ କିଛି ଦିନ ଧରି ସ୍ୱାସ୍ଥ୍ୟକର୍ମୀମାନେ କରୋନା ଆକ୍ରାନ୍ତ ହେଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା କରୋନା ସଂକ୍ରମଣ ନିରୋଧୀ ସୁରକ୍ଷା ଗାଇଡଲାଇନର ଉଲ୍ଲଙ୍ଘନକୁ ଦର୍ଶାଉଛି । ଏଣୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ନିଜର ଓ ନିଜ ଟିମର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଲୋକମାନଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରନ୍ତୁ ।  ସେମାନେ ପ୍ରୋଟୋକଲକୁ କଡ଼ାକଡ଼ିଭାବେ ପାଳନ କରି ସଂକ୍ରମଣକୁ  ବ୍ୟାପିବାକୁ ରୋକିବାକୁ ହେବ । ଏହା ଦ୍ୱାରା ହିଁ ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share This Article