ଭିଜିଲାନ୍ସ ଜାଲରେ ପାଟଣାଗଡ କେନ୍ଦୁଲିଫ୍‌‌ DFO

Odisha Hot News
1 Min Read

ପାଟଣାଗଡ଼:ଭିଜିଲାନ୍ସ ଜାଲରେ DFO। ପିସି କାରବାର ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି DFO। ସୂଚନା ଅନୁଯାୟୀ, ୧ ଲକ୍ଷ ୬୬ ହଜାର ପିସି ନେଲା ବେଳେ ଖବର ପାଇ ଘଟଣାସ୍ଥଳରେ ପହଁଚି ଯାଇଥିଲା ଭିଜିଲାନ୍ସ। ଯାହାଫଳରେ ସବୁ କିଛି ପର୍ଦାଫାଶ ହୋଇଯାଇଥିଲା।  ଲାଞ୍ଚ ନେଉଥିବାବେଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଡ଼ିଏଫଓଙ୍କୁ ଭିଜିଲାନ୍ସ ଗିରଫ କରିଛି | ତାଙ୍କ ବିଭାଗର ଅଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ପାଟଣାଗଡ଼ କେନ୍ଦୁଲିଫ୍ ଡିଭିଜନର ଡ଼ିଏଫଓ ପ୍ରଣବ କୁମାର ମହାନ୍ତି, ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ଵାରା ରେଞ୍ଜର ଜଗନ୍ନାଥ ଦାସଙ୍କଠାରୁ ୧ ଲକ୍ଷ ୬୬ ହଜାର ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ୍ ପାଟଣାଗଡ଼ ଡିଏଫଓଙ୍କ ଅଫିସରେ ପହଞ୍ଚି ଥିଲେ।ସେଠାରେ ଡିଏଫ୍ଓ ଉକ୍ତ ଟଙ୍କା ନେଉଥିବା ସମୟରେ ଧରାପଡ଼ିଥିବା ଜଣାପଡିଛି। ଅଫିସରେ ଚଢ଼ାଉ ସମୟରେ ଭିଜିଲାନ୍ସ ଆହୁରି ୩ ଲକ୍ଷ ୯୯ ହଜାର ଟଙ୍କା ମଧ୍ୟ ପାଇଥିଲା ।ତେବେ ଏହି ୩ ଲକ୍ଷ ୯୯ ହଜାର ଟଙ୍କା ଅଫିସର ଟଙ୍କା ବୋଲି ଡ଼ିଏଫଓ ମହାନ୍ତି କହିଥିବାବେଳେ ଏହାର ତଦନ୍ତ ଚାଲିଥିବା ଜଣାପଡିଛି।

ବର୍ତ୍ତମାନ ଡ଼ିଏଫଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ସରକାରୀ ବାସଭବନ, ଅଫିସ ଓ ଘରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଏହି ଚଢାଉ ସମୟରେ ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ସହିତ ପିକେ କିଶନ, ସଦାନନ୍ଦ ପାଣି ସମେତ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼ ଓ ରାଉରକେଲାର ଭିଜିଲାନ୍ସ ଅଧିକାରୀମାନେ ସାମିଲ ଥିବା ଜଣାପଡିଛି।

Share This Article