କଟକରୁ ୨୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ

Odisha Hot News
2 Min Read

କଟକ : କେବେ ଲକ୍‌ଡାଉନ୍‌ ତ ପୁଣି କେବେ ସଟଡାଉନ୍‌ , ଏହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିଥିବା ବେଳେ ନିଶା ବେପାରିଙ୍କ ଲାଗି ଏହା ଯେମିତି ଏକ ସୁଯୋଗ ସୃଷ୍ଟି କରିଛି। ରୋଜ ନୂଆ ନୂଆ ନିଶା ବେପାରୀ ସାମ୍ନାକୁ ଆସୁଛନ୍ତି । ନିଶା ବେପାରରେ ପାଦ ଥାପିଥିବା ସେମିତି ଏକ ନବଯୁବକକୁ ଆଜି ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ, ଯାହାଠାରୁ ଜବତ ହୋଇଛି ପ୍ରାୟ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର।

ଅବକାରୀ ନୀରିକ୍ଷକଙ୍କର ଏହି ବୟାନହିଁ ସ୍ପଷ୍ଟ କରୁଛି ଯେ, ଲକଡାଉନ୍‌ ପିରିୟଡରେ କେମିତି ସକ୍ରିୟ ହୋଇଉଠିଛନ୍ତି ନିଶା ବେପାରୀ। ବଡଗାଡି ନୁହେଁ ବରଂ ମୋଟରସାଇକେଲ ଜରିଆରେ ଚାଲିଛି ନିଶା କାରବାର। ସେହି କାରବାରର କାର୍ପଟଦାର ସାଜିଥିବା ଜଣେ କୁଖ୍ୟାତ ନିଶା ବେପାରୀ କନ୍ନ ଦାସକୁ ଆଜି ଧରିଛି ଅବକାରୀ ଗୁଇନ୍ଦା ବିଭାଗ. ଯାହା ଠାରୁ ଜବତ ହୋଇଛି ପ୍ରାୟ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର। ଜବତ ହୋଇଥିବା ୨୭୫ ଗ୍ରାମ ବ୍ରାଉନସୁଗାର ଯେ, ବେପାର ଉଦ୍ଦେଶ୍ୟରେ ଆସିଥିଲା , ତାକୁ ନେଇ କୌଣସି ସନ୍ଦେହ ନାହିଁ। ହେଲେ ନିଶା ବେପାରୀ ଜଣକ ସଫେଇ ଦେଉଛି ଯେ, ସେ ନିଜେ ନିଶା ସେବନ କରେ, ତେଣୁ ଏସବୁ ନିଜ ଲାଗି ଆଣିଥିଲା।

ଅବକାରୀ ବିଭାଗ ସେହି ପୁରୁଣା କଥାକୁ ଦୋହରାଉଛି। ଅର୍ଥାତ ବ୍ରାଉନସୁଗାରର ପେଣ୍ଠ ହେଉଛି ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଏବଂ ଏହାର କାରବାର ଲାଗି ସବୁଠାରୁ ବଡ ମାର୍କେଟ ହେଉଛି ଖୋର୍ଦ୍ଦା। ବାକି ରହିଲା , ଖୁଚୁରା ବଜାରର କଥା. ଯାହା ହେଲା ରାଜଧାନୀ ଭୁବନେଶ୍ବର. ମାନେ ଏହା ବୁଝିବା ଯେ, ଭୁବନେଶ୍ବରରେ ବ୍ରାଉନସୁଗାର କାରବାର ଖୁଲେ ଆମ୍‌ ଚାଲିଛି. ତା ନହୋଇଥିଲେ ନିଶା ବେପାରୀ ମାନେ ଖୋର୍ଦ୍ଦାରେ ନିଜର ଡିପ୍ପୋ ବନାଇଥାଆନ୍ତେବା କାହିଁକି।

ସେହି ସ୍ଥାନକୁ ମୋଟରସାଇକେଲ ଯୋଗେ ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ଆଜି ଏହି ନିଶା ବେପାରୀକୁ କାବୁ କରିଛି ଅବକାରୀ ବିଭାଗ। ତା ନିକଟରୁ ୨୭୫ ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା , ଜାମିନ ନାମଞୁର ହେବାପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି.

Share This Article