ନବରଙ୍ଗପୁର: ବଦଳିଲେ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା । ତେବେ କିଛିଦିନ ହେବ ବିବାଦ ଘେରକୁ ଟାଣି ହୋଇଆସିଥିଲେ ନବରଙ୍ଗପୁର ଏସପି । ତାଙ୍କ ବିରୋଧରେ ଦୁଇ ଅଡର୍ଲି ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାଛଡ଼ା ତାଙ୍କ ବିରୋଧରେ ଜିଲ୍ଲାରୁ ଅଭିଯୋଗ ପୁଲିସ ମୁଖ୍ୟାଳୟରେ ପହଞ୍ଚିବାରେ ଲାଗିଥିଲା। ତେଣୁ ଏଥିପାଇଁ ରାଜ୍ୟସରକାର ଏସପିଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲେ। ତେବେ ରାଜ୍ୟସରକାରଙ୍କ ତଦନ୍ତରୁ ଜଣାପଡିଛି ଯେ , ଏସପି ଶ୍ରୀ ଶର୍ମା ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଛନ୍ତି ବୋଲି । ତେଣୁ ଏଥିପାଇଁ ତାଙ୍କୁ ନବରଙ୍ଗପୁର ଛାଡି କଟକରେ ଥିବା ପୁଲିସ ବିଭାଗ ମୁଖ୍ୟାଳୟରେ ତୁରନ୍ତ ଯୋଗ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ନବରଙ୍ଗପୁରରେ ନୂଆ ଏସପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ,କୋରାପୁଟ ଏସପି କେଭି ସିଂ ନବରଙ୍ଗପୁର ଦାୟିତ୍ବରେ ରହିବେ।
ବଦଳିଲେ ନବରଙ୍ଗପୁର ଏସପି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
