ବୁଲା କୁକୁର ଆତଙ୍କ: ୩୨ ଆହତ

Odisha Hot News
1 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅଞ୍ଚଳରେ ବୁଲା କୁକୁର ଆତଙ୍କ ଲାଗି ରହିଥିବା ବେଳେ ବିଶେଷ ରୂପେ ମାଛ, ମାଂସ ବ୍ୟବସାୟୀଙ୍କ ବର୍ଜ୍ୟବସ୍ତୁ ଖାଦ୍ୟ ରୂପେ ପାଇ ବୁଲା କୁକୁରଙ୍କ ପ୍ରାର୍ଦ୍ୟୁର୍ଭାବ ବୃଦ୍ଧି ପାଉଛି। ଶନିବାର ୨୭ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଅଞ୍ଚଳରେ କୁକୁର କାମୁଡି ଥିବା ବେଳେ ରବିବାର ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କୁ କୁକୁର କାମୁଡି ଥିବା ଜଣାପଡିଛି।

ସମସ୍ତଙ୍କୁ ଜଳାତଙ୍କ ଟୀକା ପ୍ରଦାନ କରିଥିବା ଫାର୍ମାସିଷ୍ଟ କୃଷ୍ଣ ଚନ୍ଦ୍ର ରଥ ପ୍ରକାଶ କରିଛନ୍ତି। ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡିବା ନେଇ ଜଳାତଙ୍କ ଇଞ୍ଜେସେନ୍ ପ୍ରଦାନ କରିଥିବା ଡ଼.ରାଜିତ କୁମାର ରାଉତ ପ୍ରକାଶ କରିଛନ୍ତି।

Share This Article