୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି

Odisha Hot News
1 Min Read

ପୁରୀ : ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନସିହ୍ନାସନରୁ ଶ୍ରୀଜିଉମାନେ ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ କୁମ୍ଭ ଜଳ, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କର ୧୮ କୁମ୍ଭ ଜଳରେ ସ୍ନାନ କରୁଛନ୍ତି । ଏହାପରେ ହାତୀ ବେଶରେ ଶ୍ରୀଜିଉଙ୍କୁ ସଜ୍ଜିତ କରାଯିବ। ସୀମିତ ସେବାୟତଙ୍କ ଉପସ୍ଥିତିରେ ଚାଲିଛି ନୀତିକାନ୍ତି। ସାଂପ୍ରତିକ ଇତିହାସରେ ଏହା ଏକ ବିରଳ ଘଟଣା।

ଆଜି ପୁରୀରେ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବଡ଼ଦାଣ୍ଡ ଏବଂଅନ୍ୟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି।ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭିଡ ଜମାଇବାର କୌଣସି ସମ୍ଭାବନା ନାହିଁ। କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ଭକ୍ତମଣି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା।

Share This Article