ଭୁବନେଶ୍ବର: ଆଜି ସମଗ୍ର ଦେଶରେ ଅନ୍ଲକ୍-୧ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜୁନ୍ ମାସ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବର୍ତ୍ତମାନ ଯାତ୍ରୀମାନଙ୍କ ଯୋଗୁଁ ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ସୁଦ୍ଧା ରାଜ୍ୟକୁ ଫେରିଲେଣି ୪ ଲକ୍ଷ ୨୬, ୫୦୪ ଜଣ ପ୍ରବାସବାସୀ।
Live Press Briefing by Odisha Chief Secretary @SecyChief https://t.co/zF3S3ODV4N
— I & PR Department, Odisha (@IPR_Odisha) June 1, 2020
ତେଣୁ, କରୋନାଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ସରକାର କେତେକ ନିୟମ ଆଣିଛନ୍ତି। ରାଜ୍ୟ ସରକାର ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ। ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ ମଲ୍/କମ୍ପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହ ଜୁନ୍ ୩୦ ଯାଏଁ କୌଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ। ହୋଟେଲ୍ ସବୁ ନିଜ ସାମର୍ଥ୍ୟର ୩୦% ନେଇ ଖୋଲି ପାରିବେ। ଗ୍ରାହକମାନେ ରେସ୍ତୋରାଁକୁ ଯାଇ ଭୋଜନ କରି ପାରିବେ ନାହିଁ। କେବଳ ହୋଟେଲ୍ରେ ରହୁଥିବା ଲୋକମାନଙ୍କ ପାଇଁ ରେସ୍ତୋରାଁ ଚାଲିବ।
Comment