ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

Odisha Hot News
1 Min Read

ଚେନ୍ନାଇ : କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୩.୦ର ଅବଧି ରବିବାର ଶେଷ ହୋଇଛି। ହେଲେ ଅପ୍ୟପଟେ କରୋନା ଭାଇରସ ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ରୋକିବାକୁ ସବୁ ଦିଗରୁ ଚେଷ୍ଟା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ ଅବଧିକୁ ପୁଣିଥରେ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ତାମିଲନାଡୁ ସରକାର ମଧ୍ୟ ଏହି ଲକ୍‌ଡାଉନ ଅବଧିକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ରବିବାର ସକାଳ ସୁଦ୍ଧା ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୮୫ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୫୩୮ ଜଣ ସୁସ୍ଥ ହୋଇଛନ୍ତି ଓ ୭୪ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୦ ହଜାର ଅତିକ୍ରମ କରିବା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି।

Share This Article