ବେଙ୍ଗାଲୁରୁ: କରୋନାଭାଇରସ୍ ଟିକା ପ୍ରସ୍ତୁତ କରିବା ନିମନ୍ତେ ସରକାରଙ୍କ ପୃଷ୍ଠପୋଷକତାରେ ଉଭୟ ଘରୋଇ ଓ ଶିକ୍ଷା ପ୍ରତିଷ୍ଠାନମାନଙ୍କରେ ୧୪ ବଡ଼ ପ୍ରକଳ୍ପ ଚାଲିଛି।
ଆଠଟି ରାଜ୍ୟର ଆଠଟି ସହରରେ ଚାଲିଥିବା ଏହି ଟିକା ପ୍ରସ୍ତୁତ ପ୍ରକଳ୍ପର ଗୋଟିଏ ଟିକା ପରୀକ୍ଷଣ ପର୍ଯ୍ୟାୟକୁ ଆସି ଯାଇଥିବା ବେଳେ ଅନ୍ୟ ଚାରିଟି ପ୍ରକଳ୍ପର ଟିକା ଖୁବ୍ ଶୀଘ୍ର ପରୀକ୍ଷଣ ପର୍ଯ୍ୟାୟକୁ ଚାଲି ଆସିବ ବୋଲି ‘ଡିପାର୍ଟମେଣ୍ଟ୍ ଅଫ୍ ବାୟୋଟେକ୍ନୋଲୋଜି’ ଏବଂ ‘ଡିପାର୍ଟମେଣ୍ଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲଜି ଗଣମାଧ୍ୟମକୁ କହିଛି।
ଏହି ୧୪ଟି ପ୍ରକଳ୍ପରୁ ୭ଟି ପ୍ରକଳ୍ପ ରହିଛି ଦୁଇଟି ସହରରେ। ସେଥିରୁ ମହାରାଷ୍ଟ୍ରର ପୁଣେରେ ୪ଟି, ତେଲେଙ୍ଗାନାର ହାଇଦ୍ରାବାଦରେ ୩ଟି ରହିଥିବା ବେଳେ ଗୁଜରାଟର ଅହମଦାବାଦ, ତାମିଲନାଡୁର ଭେଲୋର୍, ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ଇନ୍ଦୋର, କେରଳର ତିରୁବନନ୍ତପୁରମ ଏବଂ ପଞ୍ଜାବର ମୋହାଲିରେ ୧ଟି ଲେଖାଁଏ ପ୍ରକଳ୍ପ ଚାଲିଛି। ୬ଟି ଭାରତୀୟ କମ୍ପାନି ଏବଂ ଦୁଇଟି ଶିକ୍ଷାନୁଷ୍ଠାନ ଏହି ପ୍ରକଳ୍ପରେ କାମ କରୁଛନ୍ତି।
ଦେଶର କେତେକ ଟିକା ବିକାଶ କାର୍ଯ୍ୟକ୍ରମ ନିମନ୍ତେ ‘ପିଏମ୍ସିଏଆର୍ଇଏସ୍’ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦୦ କୋଟି ଟଙ୍କା ଘୋଷଣା କରିଥିବା ବେଳେ ସେହି ଅର୍ଥରୁ ଏହି ୧୪ଟି ପ୍ରକଳ୍ପକୁ କିଛି ମିଳିବ କି, ନାହିଁ ତାହା ଜଣାପଡ଼ିନାହିଁ।

Comment