ରାଜ୍ୟର ୧ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ଓ ୩ଲକ୍ଷ ଯୁବପିଢ଼ିକୁ ଡିଜିଟାଲ୍‌ ଦକ୍ଷତା ତାଲିମ ମିଳିବ

Odisha Hot News
2 Min Read

ଭୁବନେଶ୍ୱର: ରାଜ୍ୟରେ ‘ଦକ୍ଷତା ବିକାଶ ଯୋଜନା’ରେ ଆଗାମୀ ଦିନରେ ୧.୧୭ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ସ୍ୱଳ୍ପକାଳୀନ ତାଲିମ ଦିଆଯିବ। ଏହା ବ୍ୟତୀତ ଆଉ ୩ ଲକ୍ଷ ଯୁବକଯୁବତୀଙ୍କୁ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ ବୋଲି ଆଜି ଏକ କର୍ମଶାଳାରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି।
ନିଜ ବକ୍ତବ୍ୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ କହିଛନ୍ତି, ଯୋଜନାର ମୂଳ ଲକ୍ଷ୍ୟକୁ ଜିଲ୍ଲାସ୍ତରରେ ଅଧିକ ପ୍ରଭାବଶାଳୀ ଏବଂ ଫଳପ୍ରଦ ଭାବେ କାର୍ଯ୍ୟକାରୀ ହେବ ଆବଶ୍ୟକ। ପ୍ରତ୍ୟେକ ଯୋଗ୍ୟ ଯୁବକଯୁବତୀଙ୍କ ନିକଟରେ ସଠିକ୍ ଦକ୍ଷତା ବିକାଶର ସୁଯୋଗ ପହଞ୍ଚାଇବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧିର ବିଶ୍ୱସନୀୟ ପଥ ସୃଷ୍ଟି କରିବା ଲକ୍ଷ୍ୟ ହେବା ଆବଶ୍ୟକ।

WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା
ବିଦେଶରେ କାମ କରିବାକୁ ଇଚ୍ଛୁକ ଯୁବକଯୁବତୀମାନଙ୍କୁ ଜର୍ମାନ ଏବଂ ଜାପାନୀ ସମେତ ବିଭିନ୍ନ ବିଦେଶୀ ଭାଷା ତାଲିମ, କଲଚରାଲ ଓରିଏଣ୍ଟେସନ୍, ପ୍ରମାଣପତ୍ର ସହାୟତା, ଭିସା ଏବଂ ଯାତ୍ରା ସହାୟତା ସହିତ ନିଯୁକ୍ତି ପରବର୍ତ୍ତୀ ସେବା ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ୧.୧୭ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ସ୍ୱଳ୍ପକାଳୀନ ତାଲିମ ଦିଆଯିବ। ସେହିପରି ଆଉ ୩ ଲକ୍ଷ ଯୁବକଯୁବତୀଙ୍କୁ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ଏଥିରେ କୃତ୍ରିମ ବୁଦ୍ଧିମତ୍ତା, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଏବଂ ସାଇବର ସୁରକ୍ଷା ଭଳି ଆଧୁନିକ ବିଷୟକୁ ସାମିଲ କରାଯିବ।

ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ
ଯୋଜନାରେ ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ମଧ୍ୟ ସୁଯୋଗ ଦିଆଯିବ । ଦିବ୍ୟାଙ୍ଗ ଜନ, ଜେଲ୍ ଅନ୍ତେବାସୀ, ଟ୍ରାନ୍ସଜେଣ୍ଡର ଏବଂ ପି.ଭି.ଟି.ଜିଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଜୀବିକା ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Saving Tips: ଯୁବପିଢ଼ିଙ୍କ ପାଇଁ ସଞ୍ଚୟ ଟିପ୍‌ସ; ଶିଖନ୍ତୁ ପଇସା ବଞ୍ଚେଇବାର ଉପାୟ…
କାର୍ଯ୍ୟକ୍ରମରେ, ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ଦକ୍ଷତା ବିକାଶ ତଥା ନିୟୋଜନ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share This Article