ଭୁବନେଶ୍ବର: ଜମି ଠକେଇ ଅଭିଯୋଗରେ ସବରେଜିଷ୍ଟ୍ରାର ଅଫିସ୍ କର୍ମଚାରୀ ଗିରଫ । ସବରେଜିଷ୍ଟ୍ରାର ଅଫିସ୍ ର ଡାଟା ଅପରେଟରଙ୍କ ସହଯୋଗରେ ଜମି ଜାଲିଆତି ଅଭିଯୋଗ । ମାଲିକଙ୍କ ଅଜାଣତରେ କୋଟି କୋଟି ଟଙ୍କାର ଜମି ଓ ଘର ହଡ଼ପ । ରାଜଧାନୀରେ ଚିନ୍ତାମଣିଶ୍ୱର ଜମି ଠକେଇ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସବରେଜିଷ୍ଟ୍ରାର ଅଫିସର ଡାଟା ଅପରେଟର ପ୍ରୟାଗ ଗୌଡ଼ ।
ତାଙ୍କ ସହ ଯାମିନୀ କାନ୍ତ ଓ ଅମିତ କୁମାର ସାହୁ ଗିରଫ ହୋଇଛନ୍ତି । ଜମି ମାଲିକଙ୍କ ଅଜାଣତରେ ସମ୍ପତ୍ତି ବିକ୍ରି କରିବାକୁ ନେଇ ହୋଇଥିଲା ଅଭିଯୋଗ । ଅଭିଯୋଗକାରୀ ଡାକ୍ତର ସିମନ୍ତ ଦାସଙ୍କ ଏତଲା ପରେ ତଦନ୍ତ କରି ଆକ୍ସନ ନେଇଛି ପୋଲିସ । ସବରେଜିଷ୍ଟ୍ରାର ଅଫିସର ଡାଟା ଅପରେଟରଙ୍କ ସହ ଜମି ମାଫିଆଙ୍କ ଲିଙ୍କ୍ ନେଇ ଏବେ ଖୋଳତାଡ଼ ଜାରି ରହିଛି ।

Comment