ଭୁବନେଶ୍ୱର : ଦୁର୍ନୀତି କରୁଥିଲେ ସାବଧାନ । ସମୟ ଥାଉ ଥାଉ ସୁଧୁରିଯାଅ। ସରକାରୀ ଚାକିରି କରି ଲାଞ୍ଚ ନେବା, ସରକାରୀ ଅର୍ଥ ହଡ଼ପ କରିବା କିମ୍ବା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଏଣିକି ମହଙ୍ଗା ପଡ଼ିବ। ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ମୋହନ ସରକାର। ଗତ ଅଢ଼େଇ ବର୍ଷରେ ୪୨ ଜଣ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଥିବା ବେଳେ ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ ହୋଇଛି।
ବାଲେଶ୍ୱରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମାରୋହରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନିଜ ଅଭିଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁର୍ନୀତି କରୁଥିଲେ ସାବଧାନ। ସମୟ ଆସିଛି ସୁଧୁରିଯାଅ। ଦୁର୍ନୀତି ବିରୋଧରେ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇବେ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏବେ ସୁଦ୍ଧା ୪୧ ଦୁର୍ନୀତିଗ୍ରସ୍ତ ଅଧିକାରୀ ଚାକିରିରୁ ବହିଷ୍କୃତ ହେଲେଣି। ମନିଷାଙ୍କୁ ମିଶାଇ ଏହି ସଂଖ୍ୟା ଏବେ ୪୨ରେ ପହଞ୍ଚିଛି।

Comment