ଉଚ୍ଚଶିକ୍ଷା ପାଇଁ ଏଣିକି ଓବିସି ବର୍ଗଙ୍କୁ ମିଳିବ ସଂରକ୍ଷଣ, ଆଜି ରାଜ୍ୟ କ୍ୟାବିନେଟରେ ମିଳିଲା ଅନୁମୋଦନ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ବଡ ନିଷ୍ପତି ଗ୍ରହଣ କରାଯାଇଛି। ତାହେ ହେଲା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏଣିକି ଓବିସି ବା ଏସଇବିସି ଙ୍କୁ ମିଳିବ ସଂରକ୍ଷଣ। ନାମ ଲେଖାଇବା ପାଇଁ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ 11. 25 ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରିଛନ୍ତି।ତେବେ ପୂର୍ବରୁ ଥିବା ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯାହା ସଂରକ୍ଷଣ ରହିଛି ତାହା ବଳବତର ରହିବ। ଆଜି କ୍ୟାବିନେଟ ବିଭିନ୍ନ ବିଭାଗର 6ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।

ସେହିପରି କେଉଁଝରସ୍ଥିତ ଧରଣୀଧର ବିଶ୍ବବିଦ୍ୟାଳୟ ପାଇଁ ଜମି ପ୍ରଦାନ ନେଇ ଆଜି କ୍ୟାବିନେଟ ମଂଜୁରୀ କରିଛନ୍ତି।

 

 

Share This Article