ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ଆଙ୍କୁଲି ଶିଳ୍ପାଞ୍ଚଳ ଇନ୍ଦିରା ନଗର ଝାମି ମନ୍ଦିର ନିକଟ ରେଳ ଧାରଣାରେ ଦେହରୁ ମୁଣ୍ଡ ଓ ହାତ ଅଲଗା ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ନିମଖଣ୍ଡି ଥାନା ଅର୍ନ୍ତଗତ ଝାଡାଙ୍କୁଲି ଗ୍ରାମର ବୁବେଇ ବେହେରା। ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ତା’ ପାଖରୁ ଏକ ମୋବାଇଲ ଫୋନ ଓ ଟ୍ରେନ ଟିକେଟ ପାଇ ତାର ପରିଚୟ ଜାଣିବା ପରେ ଘର ଲୋକଙ୍କୁ ଖବର ଜଣାଇଥିଲେ।

ଖବର ପାଇ ବୁବେଇ ର ଶଳା ଶ୍ରୀଧର ବେହେରା ଓ ସ୍ତ୍ରୀ ପହଞ୍ଚି ଶବ ଚିହ୍ନଟ କରିଥିଲେ ଓ ପୋଲିସ ୪୩/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Share This Article