ରଣପୁର: ସଡ଼କ ଦୁର୍ଘଟଣା, ୨ ମୃତ ଓ ୨ ଗୁରୁତର

Odisha Hot News
1 Min Read

ରଣପୁର: ନୟାଗଡ ଜ଼ିଲ୍ଲା ସୁନାଖଳା ରେଲୱେ ଓଭର ବ୍ରିଜ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଘଟଣା ସ୍ଥଳରେ ସୁନାଖଳା ପୋଲିସ ପହଞ୍ଚି ମୃତାହାତ ମାନଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକମାନେ ହେଲେ ନରେନ୍ଦ୍ର ପୁର ଗ୍ରାମର ସନ୍ତୋଷ ପାଇକରାୟ ଓ ନିରାକାରପୁର ଅଂଚଳର ଫିରୋଦ ସାହା।

Share This Article