ବାଲୁଗାଁ ଜାତୀୟ ରାଜପଥରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼: ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Odisha Hot News
1 Min Read

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରାଯାଇଛି। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଅଳଙ୍କାର ଲୁଟିନେଇଥିବା ଜଣାପଡିଛି।

ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଉମାକାନ୍ତପୁରର ଜନୈକ ସୁନା ବ୍ୟବସାୟୀ ଯିଏ ବାଲୁଗାଁ ବଜାରରେ ଏକ ସୁନା ଦୋକାନ କରିଛନ୍ତି, ସେ ବେପାର ଉଦ୍ଦେଶ୍ୟରେ ଅଳଙ୍କାର ନେଇ ବାଲୁଗାଁ ବାଣପୁର ଅଭିମୁଖେ ଯାଉଥିବା ବେଳେ ନିମିକ୍ଷେତା ଓଭରବ୍ରିଜ ନିକଟରେ ପୂର୍ବରୁ ଛକି ରହିଥିବା ଦୁର୍ବୁତ୍ତ ବେପାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ବେପାରି ଗୁଳିରେ ଆହତ ହୋଇ ତଳେ ପଡିଯାଇଥିଲେ। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥିବା ସୂଚନା ମିଳିଛି। ଏବଂ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଖବର ପାଇ ସଙ୍ଗେସଙ୍ଗେ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସୁନା ବେପାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଛି। ଅପରପକ୍ଷରେ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Share This Article