ବିଜେଡିର ବଡ ଘୋଷଣା, ୧୫ ଙ୍କୁ ଉପ-ସଭାପତି, ୫୫ ଜଣଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ

Odisha Hot News
1 Min Read

ଭୁବନେଶ୍ବର: ବିଜୁ ଜନତା ଦଳ ବଡ ଘୋଷଣା କରିଛି। ସଭାପତି ନିର୍ବାଚନ ପରେ ବର୍ତ୍ତମାନ ସଂଗଠନକୁ ସଜାଡିବାରେ ଲାଗିଛି। ସେହି ହିସାବରେ ବିଜେଡି ତାହାକର ସଂଗଠନ ସମ୍ଭାଳିବା ପାଇଁ ଗଠନ କରିଛି ଟିମ। ଏଥିରେ ଦଳ ୧୫ ନେତାଙ୍କୁ ଉପ-ସଭାପତି ଏବଂ ୫୫ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି।

ତେବେ ଏଥର ଦଳର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସାଂଗଠନିକ ସଂପାଦକ ପଦ ହଟାଇ ଦେଇଛି। ଏହି ପଦବୀରେ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଉପସଭାପତି କରାଯାଇଛି। ତାଙ୍କ ସହିତ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ପ୍ରଦାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ଅଶ୍ୱିନୀ କୁମାର ପାତ୍ର, ସାରଦା ନାୟକଙ୍କୁ ଦଳ ଉପ-ସଭାପତି ଭାବେ ଦାୟିତ୍ୱ ଦେଇଛି । ସେହିପରି କଟକ ମେୟର ସୁବାସ ସିଂଙ୍କୁ ଦଳ ଟ୍ରେଜେରର ଭାବେ ପୂର୍ବପରି ଦାୟିତ୍ୱ ଦେଇଛି ।

ସେହିପରି ଦଳ ୫୫ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେମାନେ ହେଲେ

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନଙ୍କ ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା ଏବଂ ଭୂପିନ୍ଦର ସିଂଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନି ।

Share This Article