ବାଲୁଗାଁ: ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

Odisha Hot News
1 Min Read

ବାଲୁଗାଁ: ବାଲୁଗାଁ ମୁଖ୍ୟ ବଜାର ସ୍ଥିତ ମହାବୀର ଜୁଏଲର୍ସ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ନେଇ ଦୋକାନୀ ମାଲିକ ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗତକାଲି ରାତିରେ ମହାବୀର ଜୁଏଲର୍ସ ମାଲିକ ଲକ୍ଷ୍ମୀଧର ନାୟକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ଦୋକାନ ଖୋଲିବା ବେଳକୁ ଘରର ଆଜବେଷ୍ଟସ ଓ ସିସି କ୍ୟାମେରା ଭାଙ୍ଗି ପ୍ରାୟ ୨୦୦ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଓ ୫ କେଜିରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଚୋରି ହୋଇଛି।

ଏନେଇ ଶନିବାର ସକାଳେ ଦୋକାନୀ ମାଲିକ ଶ୍ରୀ ନାୟକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଆଖପାଖ ସିସି ଟିଭି ଯାଞ୍ଚ କରିବାସହ ତଦନ୍ତ ଜାରି ରଖିଛନ୍ତି।

Share This Article