ରାଜ୍ୟପାଳଙ୍କ ସହିତ ଓଡ଼ିଶା ମଣ୍ଡଳ ମୁଖ୍ୟ ମହା ଡାକପାଳଙ୍କ ସୌଜନ୍ୟମୂଳକ ବୈଠକ

Odisha Hot News
1 Min Read

ଭୁବନେଶ୍ଵର: ଓଡ଼ିଶା ମଣ୍ଡଳର ମୁଖ୍ୟ ମହା ଡାକପାଳ ନିର୍ମଳଜିତ ସିଂହ, ଆଇପିଓଏସ୍ (୧୯୯୭) ଏବଂ ଡାକ ସେବା ନିର୍ଦ୍ଦେଶକ ଅମିତ କୁମାର ଝା, ଆଇପିଓଏସ୍ (୨୦୧୫),  ୦୧.୦୫.୨୦୧୫ ରେ ରାଜଭବନ ଠାରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଗସ୍ତ ସମୟରେ ମୁଖ୍ୟ  ମାନ୍ୟବର ରାଜ୍ୟପାଳଙ୍କୁ ରାଜ୍ୟର ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଡାକ ସେବା ଏବଂ ଭାରତୀୟ ଡାକର ଆଗାମୀ ଆଇଟି ଆଧୁନିକୀକରଣ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ ଯାହା ଅତ୍ୟନ୍ତ ଗ୍ରାହକ ଅନୁକୂଳ ହେବ। ଓଡ଼ିଶା ମଣ୍ଡଳ ମୁଖ୍ୟ ମହା ଡାକପାଳ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ଗୋଟିଏ “ମାଇଁ ଷ୍ଟାମ୍ପ” ପ୍ରଦାନ କରିଥିଲେ।

 

Share This Article