ଆନ୍ତର୍ଜାତିକ ସମବାୟ ବର୍ଷରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଲିଃ ଠାରେ ରକ୍ତଦାନ ଶିବିର

Odisha Hot News
2 Min Read

ଖୋର୍ଦ୍ଧା: ଆନ୍ତର୍ଜାତିକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଖୋର୍ଦ୍ଧାଙ୍କ ଅନୁକୁଲ୍ୟରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପରିସରରେରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ଆନ୍ତର୍ଜାତିକ ସମବାୟ ବର୍ଷରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ଜିଲ୍ଲାକୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି।

ଉକ୍ତ ରକ୍ତଦାନ ଶିବିରକୁ ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରର ଆୟୋଜକ ଅଳକାନନ୍ଦ ଜେନା, ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ, ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ଖୋର୍ଦ୍ଧା ଉର୍ମିଳା ଦାସ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଅଭିଷେକ ସିଂହ ସାମନ୍ତ, ସମ୍ପାଦକ ସାରଥୀ ଶତପଥୀ, ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ, ତପନ ଦାସ, ବିଷ୍ଣୁ ପ୍ରସାଦ ମିଶ୍ର ଏହି ଶିବିରରେ ଉପସ୍ଥିତ ଥିଲେ।

ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର ସୌରଭ ରାୟ, ଅର୍ଜୁନ ସାହୁ, ଝୁନିଲତା ସାହୁ, ବୀଚିସ୍ମିତା ପୁହାଣ, ଯଶଜୀତ ଚମ୍ପତି, ଝାନ୍ସୀରାଣୀ ପାତ୍ର, ଲକ୍ଷ୍ମୀପ୍ରିୟା ପ୍ରଧାନ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ବ୍ୟାଙ୍କର କର୍ମଚାରୀ ଭବାନୀ ମୋହନ ସିହ୍ନା, ତପନ କୁମାର ଚୌଧୁରୀ ଜଗନ୍ନାଥ ପାଲ, ସୁଶାନ୍ତ ପ୍ରଧାନ, ରାକେଶ କୁମାର ପାଇକରାୟ, ଜ୍ୟୋତିରଞ୍ଜନ ରାଉତରାୟ, ପ୍ରଭୁ ପ୍ରସାଦ ପଟ୍ଟନାୟକ ଓ ସମିତିର ବରିଷ୍ଠ ସମ୍ପାଦକ ଝଜ ସାମନ୍ତରାୟ ଓ ବିଶ୍ୱନାଥ ମହାରଣା, ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରକ୍ତଦାନ କରିଥିଲେ।

ଏହି ରକ୍ତଦାନ ଶିବିରରେ ମୋଟ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ୟାଙ୍କର ସମ୍ପାଦକଙ୍କ ଧର୍ମପତ୍ନୀ ବେବିଲତା ଶତପଥୀ ମଧ୍ୟ ଉକ୍ତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ସହିତ ଉପସ୍ଥିତ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

Share This Article