କେନ୍ଦୁଝର ଯୋଡା ନିକଟରେ ସଡକ ଦୁର୍ଘଟଣାରେ ତିନି ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

କେନ୍ଦୁଝର: ଯୋଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନା ଅନୁସାରେ ଯୋଡ଼ା ସହରର ଫ୍ଲାଏଓଭର ନିକଟରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ଅଜଣା ଦ୍ରୁତଗାଡ଼ିର ଶିକାର ହୋଇଛନ୍ତି ୬ଜଣ ବାଇକ୍‌ ଆରୋହୀ। ଅଜଣା ଗାଡ଼ି ଧକ୍କା ଦେବାରୁ ଦୁଇଟି ବାଇକ୍‌ରେ ବସିଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ଜଣଙ୍କର ଅବସ୍ଥା ଗୁରୁତ୍ୱର ଅଛି। ସେମାନଙ୍କର ଚିକିତ୍ସା ଚାଲିଛି।

Share This Article