ମଦ ବ୍ୟବସାୟକୁ ନେଇ ହିଂସା!: ଖଣ୍ଡା ଚୋଟରେ ଯୁବକର ପାପୁଲି ଛିଣ୍ଡିଲା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ସାନ ଉସ୍ତାପଡା ଗ୍ରାମରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ କିଛି ଯୁବକ ହଠାତ୍ ବଣ୍ଟି ପ୍ରଧାନ ନାମକ ଜଣେ ଯୁବକକୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ବଣ୍ଟିର ଗୋଟିଏ ହାତରେ ଗଭୀର ଆଘାତ ଲାଗି ହାତ ପାପୁଲିଟି ଝୁଲୁଥିବା ଅବସ୍ଥାରେ ତାକୁ ପ୍ରଥମେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତ ବଣ୍ଟି ସହିତ ଦୁଇ ଦିନ ପୂର୍ବରୁ ଆକ୍ରମଣକାରି ଯୁବକ ମାନଙ୍କ ସହ ବଚସା ହୋଇଥିଲା ଓ ବର୍ତ୍ତମାନ ଉକ୍ତ ଯୁବକ ମାନେ ହିଁ ଏହି ଆକ୍ରମଣ କରିଛନ୍ତି ବୋଲି ବଣ୍ଟିର ପରିବାର ଲୋକେ କହିଛନ୍ତି। ଏହି ଆକ୍ରମଣ ଘଟଣା ପୁର୍ବ ଶତୃତା ଓ ମଦ ବ୍ୟବସାୟକୁ ନେଇ ଘଟିଛି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି।

ଖବର ପାଇ କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି।

Share This Article