ଭୁବନେଶ୍ବର କଟକରେ କାଳବୈଶାଖୀର ତାଣ୍ଡବ ଲିଳା, ଭାଙ୍ଗିଲା ଗଛ, ଯାତାୟତରେ ଅସୁବିଧା

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳେ କଟକ ଭୁବନେଶ୍ବରରେ କାଳ ବୈଶାଖୀ ତାଣ୍ଡବ ରଚିଛି। ହଠାତ ଆକାଶରେ କଳା ହାଣ୍ଡିଆ ମେଘ ଆସି ପୁରା ଦୁଇ ସହରକୁ ଅନ୍ଧାରିଆ କରିଦେଲା। ଏହାପରେ ଝଡ ପବନ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହାଦ୍ବାରା ଦୁଇ ସହରର ବହୁ ଗଛ ଉପୁଡି ପଡି ରାସ୍ତା ଉପରେ ପଡିରାହିଥିଲା।

ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ କଟର ମେସିନ ସାହାଯ୍ୟରେ ଗଛକାଟି ରାସ୍ତା ସଫା କରିଥିଲେ। ସୂଚନା ଅନୁସାରେ ଭୁବନେଶ୍ବରର ନ୍ୟିୟୁ ଏଜି କଲୋନୀ, ଲକ୍ଷ୍ମୀସାଗର, ପଟିଆ, ଫରେଷ୍ଟପାର୍କ, ଗଜପତି ନଗର ପ୍ରଭୃତି ଅଞ୍ଚଳରେ ଗଛ ଉପୁଡିଥିବା ଜଣାପଡିଛି। ସେହିପରି କଟକର ଆଠଗଡ ଅଞ୍ଚଳରେ ଗଛ ଉପୁଡି ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା।

Share This Article