ବାଣପୁର ମାଟିର ପୁଅ ‘ରାଜଧାନୀ ଗୌରବ ସମ୍ମାନ-୨୦୨୫ ରେ ସମ୍ମାନିତ

Odisha Hot News
1 Min Read

ଭୁବନେଶ୍ଵର: ଗତ ରବିବାର ସନ୍ଧ୍ୟା ୧୩ ଏପ୍ରିଲ ୨୦୨୫ ଉତ୍କଳ ମଣ୍ଡମ ଠାରେ ୭୭ ତମ ଭୁବନେଶ୍ଵର ରାଜଧାନୀ ପ୍ରତିଷ୍ଠା ଦିବସ ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ ‘ରାଜଧାନୀ ଗୌରବ ସମ୍ମାନ୨୦୨୫ (ବୈଜ୍ଞାନିକ ବର୍ଗରେ)’ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତୀଙ୍କ ଠାରୁ ସମ୍ମାନିତ ହୋଇଛନ୍ତି।

ପ୍ରକାଶ ଥାଉକି ପ୍ରତିବର୍ଷ ଭୁବନେଶ୍ଵର ରାଜଧାନୀ ପ୍ରତିଷ୍ଠା ଦିବସ ରେ ବିଭିନ୍ନ ବର୍ଗରେ ୧୩ ଜଣ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ତାଙ୍କର ଅଭିନବ ଏବଂ ଉଚ୍ଚକୋଟୀର ଗବେଷଣା ପାଇଁ ‘ଚିକିତ୍ସା ଗବେଷଣା’ ବର୍ଗରେ ୨୦୨୫ ବର୍ଷ ପାଇଁ ଏହି ପ୍ରତିଷ୍ଠିତ ପୁରସ୍କାର ପାଇ ବାଣପୁର ମାଟି ପାଇଁ ଗର୍ବ ଆନିଦେଇଛନ୍ତି। ଜୀବନର ସମସ୍ତ ପରିସ୍ଥିତିରେ ଗବେଷଣାର ଭିତ୍ତିଭୂମି ସ୍ଥାପନ, ସମର୍ଥନ ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ, ପରିବାର, ମାର୍ଗଦର୍ଶକ, ଶୁଭେଚ୍ଛାକାରୀ ଙ୍କୁ  ଏହି ସମ୍ମାନ ଉତ୍ସର୍ଗ କରୁଛି।

ସଂକ୍ଷେପରେ, ସେ ଅନେକ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ରେ ଜଣେ ସକ୍ରିୟ ଏବଂ ଖ୍ୟାତିସମ୍ପନ୍ନ ପତ୍ରିକାର ସମ୍ପାଦକୀୟ ବୋର୍ଡ ସଦସ୍ୟ ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କୁ ବ୍ୟବହାର କରି ପ୍ରାକୃତିକ ଉତ୍ପାଦ ଭିତ୍ତିକ ଔଷଧ ମାଧ୍ୟମରେ ଏକ ସୁସ୍ଥ, ସଂକ୍ରମଣ ବିହୀନ ରାଷ୍ଟ୍ର ଗଠନ ଦିଗ ରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଉନ୍ନତ ଗବେଷଣା ଏବଂ ସଫଳତା ଆଶା କାମନା କରୁଛୁ।

Share This Article