ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

Odisha Hot News
1 Min Read

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରମୁଖ କାର୍ମିକ ଅଧିକାରୀ ଏଲ.ଭୀ.ଏସ.ଏସ. ପାତ୍ରୁଡୁ ସଂଯୋଜନା କରିଥିଲେ।

ଆମ୍ବେଦକର ଜୟନ୍ତୀ ଅବସରରେ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର, ୱାଲଟିୟର ଓ ରାୟଗଡା ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Share This Article