ବାଣପୁର ସୁନା ଅଳଙ୍କାର ଡକାୟତି ଘଟଣା, ଦେଶୀ ପିସ୍ତଲ, କାର ଓ ସ୍କୁଟି ସହ ଅଭିଯୁକ୍ତ ଗିରଫ

Odisha Hot News
2 Min Read

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ସଂନ୍ଧ୍ୟା ସମୟରେ ଏକ ସୁନା ଅଳଙ୍କାର ଲୁଟ ମାମଲା ପ୍ରତ୍ୟାହାର କରିବା ପାଇଁ ଅଭିଯୋଗକାରୀଙ୍କ ମୁଣ୍ଡରେ ମାଉଜର ଲଗାଇ ଧମକ ଦେଇ ଗିରଫ ହେଲେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ l ପୋଲିସ ପାଖରେ ଏ ନେଇ ଅଭିଯୋଗ କାରୀ ଦିଲ୍ଲୀପ କୁମାର ପାଲ ଲିଖିତ ଅଭିଯୋଗ ପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶ କ୍ରମେ ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ବବଧାନରେ ଏକ ଟିମ ଗଠନ କରାଯାଇଥିଲା l

ଟିମ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଭୁବନେଶ୍ୱରରେ ଏକ ଚିକେନ ସେଣ୍ଟରରେ ଚିକେନ କାଟୁଥିବା ବେଳେ ପୋଲିସ ଟିମ ତାକୁ ମାଡି ବସିଥିଲା l ସୂଚନା ମୁତାବକ ଗତ ବର୍ଷ ଫେବୃଆରୀ ୨୯ ତାରିଖରେ ବାଣପୁର ବଜାରରେ ସୁନା ମରାମତି ଦୋକାନ କରିଥିବା ଦିଲୀପ କୁମାର ପାଲ (୬୪) ରାତିରେ ଦୋକାନ ବନ୍ଦକରି ଗ୍ରାହକ ମାନେ ତିଆରି କରିବାକୁ ଦେଇଥିବା ସୁନା ଅଳଙ୍କାର ଏବଂ ନଗଦ ୬୦ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ଘର ପାଖରେ ଛକିଥିବା ଚାରିଜଣ ଦୁର୍ବୁତ୍ତ ଶ୍ରୀ ପାଲଙ୍କୁ ବନ୍ଧୁକ ଦେଖାଇ, ମାଡ଼ମାରି ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଶ୍ରୀ ପାଲ ବାଣପୁର ଥାନାରେ ଏତଲା ଦେବା ପରେ ପୋଲିସ ମୋକଦ୍ଦମା ରୁଜୁ କରି ଦୁର୍ବୁତ୍ତ ମାନଙ୍କୁ ଖୋଜୁଥିଲା। ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ପୋଲିସ ଉକ୍ତ ଘଟଣାରେ ଦୁଇ ଅଭିଯୁକ୍ତ ସେକ ଅଜିଦ ଓ ଅମିତ ପଣ୍ଡାକୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିଲା।

ମୁଖ୍ୟ ଅଭିଯୁକ୍ତ ବାଣପୁର ମୁସଲିମ ସାହିର ସେକ ଫିରଦୋଶ ଏବଂ କଲିମ ଖାଁ ଫେରାର ଥିଲେ। ତେବେ ଶନିବାର ସଂନ୍ଧ୍ୟାରେ ଫେରାର ଫିରଦୋଶ ସ୍ବର୍ଣ୍ଣ କାରିଗର ଦିଲୀପଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ମାମଲା ପ୍ରତ୍ୟାହାର କରିବା ପାଇଁ ଧମକ ଦେଇ ଫେରାର ହୋଇଯାଇଥିଲେ।

ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଗୋଟିଏ ଦେଶୀ ପିସ୍ତଲ ସହ ଜୀବନ୍ତ ଗୁଳି,ଗୋଟିଏ ମାରୁତି ୮୦୦ କାର ଏବଂ ଗୋଟିଏ ସ୍କୁଟି ଜବତ କରିଥିବା ବେଳେ ଉକ୍ତ ଘଟଣାରେ ଆହୁରି ଜଣେ ଅଭିଯୁକ୍ତ ଫେରାର ଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Share This Article