ହଜାର ହଜାର ଭକ୍ତଙ୍କ ଗହଣରେ ଶେଷ ହେଲା ଚନ୍ଦନେଶ୍ଵର ମହାପ୍ରଭୁଙ୍କ ପ୍ରସିଦ୍ଧ ଚଡକ ମେଳା

Odisha Hot News
1 Min Read

ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲାର ଚନ୍ଦନେଶ୍ଵର ମହାପ୍ରଭୁଙ୍କ ପ୍ରସିଦ୍ଧ ଚଡ଼କ ମେଳାର ଅନ୍ତିମ ପର୍ଯ୍ୟାୟରେ ଆଜି ପାଟପର୍ବ ଅତ୍ୟନ୍ତ ଭକ୍ତି ଭାବନାର ସହ ପାଳିତ ହୋଇଛି । ଦୀର୍ଘ ୧୩ ଦିନ ଧରି ଲକ୍ଷାଧିକ ଭକ୍ତ ପଇତା ଧାରଣ କରି ଅତ୍ୟନ୍ତ ନିଷ୍ଠାର ସହ ଚନ୍ଦନେଶ୍ଵରଙ୍କୁ ଆରାଧନା କରିଥିଲେ। ଆଜି ସକାଳଠାରୁ ଭକ୍ତମାନେ ପରସ୍ପରକୁ ମାଳା ଚନ୍ଦନ ଲଗାଇଥିଲେ।

ଅପରାହ୍ଣରେ ମାନସିକଧାରୀ ଭକ୍ତମାନେ ହାକଣ୍ଡ ପୋଖରୀ ନିକଟରୁ ନିଜ ଶରୀରରେ ଏକାଧିକ କଣ୍ଟା ଫୋଡ଼ି ସୁସଜ୍ଜିତ ହୋଇ ମନ୍ଦିର ନିକଟକୁ ଆସିଥିଲେ। ଏହି ମନୋରମ ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ ପଡୋଶୀ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶେଷରେ ମନ୍ଦିରରୁ ଅର୍ଘ୍ୟ ପାଣି ପାଇବା ପରେ ଭକ୍ତମାନେ ବ୍ରତ ଭଙ୍ଗ କରି ଘରକୁ ଫେରିଥିଲେ। ମେଳାର ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Share This Article