ରାଇରଙ୍ଗପୁର ବିମାନ ବନ୍ଦର ପାଇଁ ଜନଜାତି ପରିବାରଙ୍କ ବାସଗୃହ ଭାଙ୍ଗିଲା, ଅନୁଧ୍ୟାନ କମିଟ ଗଠନ କଲା କଂଗ୍ରେସ

Odisha Hot News
1 Min Read

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ନିର୍ମାଣ ହେଉଥ‌ିବା ବିମାନବନ୍ଦର ଯୋଗୁଁ ୪୩ଜଣ ଜନଜାତି ପରିବାରବର୍ଗଙ୍କର ବାସଗୃହ ନଷ୍ଟ ହୋଇଯାଇଛି। ଏହି ଘଟଣାର ଏଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।

ଏହି କମିଟିରେ ଯଶୋବନ୍ତ ସିଂ ଲାଗୁରି, ପୂର୍ବତନ ସାଂସଦ ଅଧ୍ଯକ୍ଷ ରହିଥ‌ିବା ବେଳେ ପୂର୍ବତନ ବିଧାୟକ ସୁବର୍ଷା ନାୟକ, ଲିପିକା ମାଝୀ, ଅମିତା ବିଶ୍ୱାଳ, ମାଗୁଣି ଜେନା ସଦସ୍ୟ ଭାବରେ ରହିଛନ୍ତି।

ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ବାସହରା ପରିବାରଙ୍କୁ ଭେଟି ଏକ ରିପୋର୍ଟ ପିସିସି କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

Share This Article