ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ସାଂସଦ ରମେଶ ମାଝିଙ୍କ ଗାଡି ଦୁର୍ଘଟଣା ଗସ୍ତ

Odisha Hot News
1 Min Read

ଭୁବନେଶ୍ବର: ନବରଙ୍ଗପୁର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ନିକଟସ୍ଥ ଦୁର୍ଗାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି।

ରମେଶ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ। ଘରକୁ ଆସୁଥିବା ସମୟରେ ହଠାତ୍‌ ଗାଡିର ଚକା ଫାଟି ଯାଇଥିଲା। ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗାତ ଭିତରକୁ ପଶି ଯାଇଥିଲା।

ଗାଡିରେ ଥିବା ସାଂସଦ ରମେଶ ଚନ୍ଦ୍ର ମାଝି ସାମାନ୍ୟ ଆହତ ହୋଇଥିଲେ। ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲକୁ ପଠାଯାଇଥିଲେ। ସେଠାରେ ଚିକିତ୍ସା ପରେ ସାଂସଦ ଘରକୁ ଫେରିଛନ୍ତି।

Share This Article