ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Odisha Hot News
1 Min Read

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷ ରୁ ସାଂସ୍କୃତିକ ବିଭାଗ ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା କୋମନା, ସିନାପାଲି, ବୋଡେ଼ନ, ସିନାପାଲି, ନୂଆପଡା ସମେତ ଖରିଆର ବ୍ଲକ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପରିବେଶ, ପର୍ଯ୍ୟାବରଣ ଏବଂ କୃଷି ପ୍ରଣାଳୀ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ବ୍ଲକର ବିଭିନ୍ନ ସ୍କୁଲରେ ମୋଟ ୯୯୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ।

ଖଡ଼ିଆଳ ବ୍ଲକ ଦାୟିତ୍ୱରେ ଥିବା ଗୌରାଙ୍ଗ ସାହୁ ଓ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ନୂଆପଡା ଜିଲ୍ଲା ଅଧ୍ୟକ୍ଷ ବିଭୂତି ଭୂଷଣ ବିଶିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ହର୍ମିତ କୌର, ବିଘ୍ନରାଜ ମହାଉତି, ରୀନା ମେହେର, ଜଗନ୍ନାଥ ମେହେର, ଯଶୋବନ୍ତ ପଣ୍ଡା ଓ ପପୁ ଶତନାମୀ ପ୍ରମୁଖ ସହଯୋଗ କରିଥିଲେ।

Share This Article