ବସ୍ ଧକ୍କାରେ ହୋଟେଲ୍ କର୍ମଚାରୀଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ କାଳଷଣ୍ଢ ପୁର ଛକରେ ଆଜି ପୁର୍ବାହ୍ନରେ କାଳେଶ୍ଵର ନାମକ ଏକ ଘରୋଇ ବସ୍ ଗୋପିନାଥ ବେହେରା ନାମକ ଜଣେ ହୋଟେଲ୍ କର୍ମଚାରୀ ପାଇଁ କାଳ ସାଜିଥିଲା। ଉକ୍ତ ବସ୍ ଧକ୍କାରେ ଗୋପିନାଥଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଆସ୍କା ନିକଟବର୍ତ୍ତୀ ମଙ୍ଗଳପୁର ଗ୍ରାମର ଗୋପିନାଥ ସବୁ ଦିନ ଭଳି ଆଚାର୍ଯ୍ୟ ହୋଟେଲ୍ ରେ କାମ କରିବାପାଇଁ ଆସୁଥିବା ବେଳେ ବ୍ରହ୍ମପୁର ଠାରୁ ଭଞ୍ଜନଗର ଯାଉଥିବା ଉକ୍ତ ବସ୍ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଯାହା ଫଳରେ ଗୋପିନାଥଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଆସ୍କା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିବା ସହ ଗୋପିନାଥଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article