ଆକାଂକ୍ଷୀ ବ୍ଲକ ସମୀକ୍ଷା ବୈଠକ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକରେ ବିଡ଼ିଓ କ୍ଷମାନିଧି ଭୋଇଙ୍କ ସଭାପତିତ୍ବ ରେ ଆକାଂକ୍ଷୀ ବ୍ଲକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ସମୀକ୍ଷା ବୈଠକ ରେ ୩୯ଟି ଇଣ୍ଡିକେଟର ଉପରେ ସମୀକ୍ଷା ହୋଇଥିଲା। ଗର୍ଭବତୀ ମା ଙ୍କ ସ୍ୱାସ୍ଥ୍ୟ, ଶିଶୁ ମାନଙ୍କ ଯତ୍ନ, ସ୍ୱଚ୍ଛତା, ପାଇଖାନା ଆଦି ୩୯ ଟି ବିଷୟରେ ସମୀକ୍ଷା କରା ଯାଇଥିଲା।

ସମ୍ବଲପୁର ଜିଲ୍ଲା ୯ଟି ବ୍ଲକ ମଧ୍ୟରୁ ନାକଟିଦେଉଳ ବ୍ଲକ ଆକାଂକ୍ଷୀ ବ୍ଲକ (ପଛୁଆ ବ୍ଲକ)ଭାବରେ ସରକାର ହାତକୁ ନେଇଛନ୍ତି।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ଶିଶୁବିକାଶ, କୃଷି ଆଦି ବିଭାଗ ସହ ଏବିଡ଼ିଓ ବିଦ୍ୟାଧର ରାଉତରାୟ, ଏବିଏଫ କେ. ସି. ପଣ୍ଡା ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Share This Article