ବିଜେଡି ଘୋଷଣା କଲା ସାଂଗଠନିକ ନିର୍ବାଚନ ବୈଠକ ତାରିଖ, ଦାୟିତ୍ବରେ ଥିବା ଅଧିକାରୀ ହାଜର ନିର୍ଦ୍ଦେଶ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ବା ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ବୈଠକ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟ ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ ଦେବ। ସେ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି କରିଛନ୍ତି। ସେହି ଅନୁସାରେ ଆସନ୍ତା ୭ ତାରିଖରେ ସମସ୍ତେ ଶଙ୍ଖ ଭବନରେ ହାଜର ହେବାକୁ କୁହାଯାଇଛି।

ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସେମାନଙ୍କ ଜିଲ୍ଲାର ବ୍ଲକ, ପୌର ଏବଂ ପଞ୍ଚାୟତ ସଭାପତିଙ୍କ ନାମ ଓ ଫୋନ ନମ୍ବର ଧରି ଉପସ୍ଥିତ ରହିବେ। ସେହି ଅନୁସାରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଏହାପରେ ରାଜ୍ୟ ସ୍ତରୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

Share This Article