ଛତ୍ରପୁର – ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଜିଲାର ସମସ୍ତ ଦୋକାନୀ ସାମାଜିକ ଦୂରତା ନିୟମକୁ ପାଳନ କରିବେ। ସେହିଭଳି ଗ୍ରାହକ ମାନେ ମାସ୍କ, ଗ୍ଳୋବ୍ସ, ସାନିଟାଇଜର ବ୍ୟବହାର କରିବେ। ଦୋକାନ ସମ୍ମୁଖରେ ୨ ମିଟର ଦୂରତାର ଗୋଲାକୃତି କରିବାକୁ ପଡିବ। ଦୋକାନ ସମ୍ମୁଖରେ ‘ନୋ ମାସ୍କ ନୋ ଗୁଡ଼ସ’ ବୋର୍ଡ଼ ରହିବ। ଏଥିସହ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କ ସମ୍ବନ୍ଧୀୟ କଣ୍ଟାକ୍ଟ ଡାଏରୀ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାର ଉଲ୍ଲଂଘନ କଲେ ଦୋକାନ ସିଜ୍ ସହ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ବୁଧବାର ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଜଣାଇଛନ୍ତି।
All shopkeepers will follow social distancing norms. Use mask & gloves. Sanitizer for customers. Circle ⭕️ for 2 m distancing. No mask no goods Board. Most important to maintain CONTACT DIARY for customer.
Otherwise shop will be fined with Rs1000 & sealed @CMO_Odisha @HFWOdisha pic.twitter.com/kaDoqvVKHt
— Collector & District Magistrate, Ganjam (@Ganjam_Admin) May 13, 2020

Comment