ଆସନ୍ତାକାଲି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା, ଆଜି ମଧ୍ୟ ରାତ୍ରୀରେ ବିକ୍ରୀ ହେବ ମରିଚି କୁଣ୍ଡ ପାଣି

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତକାଲି ପାଞ୍ଚ ତାରିଖ ଶନିବାର ଦିନ ହେଉଛି ଅଶୋକା ଅଷ୍ଟମୀ। ଏହିଦିନ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପ୍ରସ୍ତୁତିର ଶେଷ ସ୍ପର୍ଶ ଦିଆଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ବୈଠକ ହୋଇ ସମୟ ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ପ୍ରଭୃଙ୍କ ଋକୁଣା ରଥ ଟଣା ଅପରାହ୍ନ ତିନିଟାରୁ ଆରମ୍ଭ ହେବ।

ତେବେ ତା ପୂର୍ବରୁ ଅର୍ଥାତ ଆଜି ରାତିରେ ମରିଚି କୁଣ୍ଡ ପାଣି ବିକ୍ରୀ କରାଯିବ। ଆଜି ମଧ୍ୟ ରାତ୍ରରେ ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ମରିଚ କୁଣ୍ଡରୁ ପାଣି ନିଆଯିବ। ଏହାପରେ କଳସରେ ପାଣି ବିକ୍ରୀ କରାଯିବ। ବିଶ୍ବାସ ରହିଛି ଯେ, ମରିଚ କୁଣ୍ଡ ପାଣି ଅଶୋକାଷ୍ଠମୀ ପୂର୍ବଦିନ ସେବନ କରି ଗାଧୋଇଲେ ନିଃସନ୍ତାନ ସନ୍ତାନ ପ୍ରାପ୍ତ ହୋଇଥାଏ।

ସେଥିପାଇଁ ନିଃସନ୍ତାନ ମହିଳାମାନେ ଏହିଦିନ ମରିଚ କୁଣ୍ଡ ପାଣି ନେଇ ଗାଧୋଇବା ଓ ସେବନ କରିବା ପାଇଁ ଅପେକ୍ଷା କରିଥାନ୍ତି।

Share This Article