ପୋଲିସ ବିରୋଧରେ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କଲା ପ୍ରଦେଶ କଂଗ୍ରେସ

Odisha Hot News
1 Min Read

ଭୁବନେଶ୍ବର: ଗତ ୨୭ ତାରିଖରେ ମହିଳା ସୁରକ୍ଷା ଏବଂ ଅଧିକାର ନିମନ୍ତେ କଂଗ୍ରେସର  ବିଧାନସଭା ଘେରାଉ କାର୍ଯ୍ୟକ୍ରମ ହେଉଥିବା ବେଳେ, ପୋଲିସ ପକ୍ଷପାତିତା କରି ଅମାନୁଷିକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ କଂଗ୍ରେସ କର୍ମୀମାନଙ୍କୁ ବିନା କାରଣରେ ଗିରଫ କରୁଛି ।

ଏହି ଅନ୍ୟାୟକୁ ନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବିଧାୟକ ତାରା ପ୍ରସାଦ ବାହିନୀପତି,ରମେଶ ଜେନା,ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରମୁଖ କଂଗ୍ରେସର ବରିଷ୍ଠ ପ୍ରତିନିଧି ଦଳ ଆଜି କମିଶନରଙ୍କୁ ସାକ୍ଷାତ କରି ପୋଲିସର ଏହି ଅନ୍ୟାୟପୂର୍ଣ୍ଣ ଆକ୍ରୋଶମୂଳକ ଗିରଫଦାରୀ ବନ୍ଦ କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ।

Share This Article