ସ୍କୁଲ ପିଲାଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବଣ୍ଟନର ଶୁଭାରମ୍ଭ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Odisha Hot News
1 Min Read

ଭୁବନେଶ୍ଵର: ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଆଜିଠୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ଓ ନବମ ଦଶମ ଶ୍ରେଣୀ ପିଲାଙ୍କୁ ମିଳିଲା ମଧ୍ୟାହ୍ନ ଭୋଜନ ସ୍କୁଲ ପିଲାଙ୍କ ମାନସିକ ଓ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୋଷଣ ଯୁକ୍ତ ମାଣ୍ଡିଆ ଲଢ଼ୁ ବଣ୍ଟନର ଶୁଭାରମ୍ଭ ହୋଇଛି। ଏଥି ସହ ଆଜିଠାରୁ ପୋଷଣ ଅଭିଯାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଉମରକୋଟ ଠାରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଉଭୟ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ପ୍ରଦାନ କକରିଛନ୍ତ। ଏହି ଲଡୁ ସପ୍ତାହକୁ ତିନି ଦିନ ବଣ୍ଟନ କରାଯିବ। ଏଥି ସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ମଧ୍ୟାହ୍ନ ଭୋଜନ ବଣ୍ଟନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ ବିଧାୟକ ଗୌରୀ ଶଙ୍କର ମାଝୀ ମଧ୍ୟ ନବରଙ୍ଗପୁର ସହର ମଧ୍ୟରେ ଥିବା ସରକାରୀ ପୌରପାଳିକା ଉଚ୍ଚ ବିଦ୍ୟାଳୟ ରେ ମାଣ୍ଡିଆ ଲଡ଼ୁ ଓ ମଧ୍ୟାହ୍ନ ଭୋଜନ ବଣ୍ଟନ କରିଥିଲେ। ଏଥି ସହ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ। ଆଜିଠାରୁ ରାଜ୍ୟ ର ସମସ୍ତ ବିଦ୍ୟାଳୟ ରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଣ୍ଡିଆ ଲଡ଼ୁ ଦିଆଯିବ।

ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଢ଼ୁ ଦିଆଯିବ। ଏଥିସହ ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ। ଅର୍ଥାତ୍ ଆଗରୁ ୨ ଦିନ ଅଣ୍ଡା ଦିଆଯାଉଥିଲା, ଏବେ ସପ୍ତାହକୁ ୩ ଦିନ ଦିଆଯିବ।

Share This Article