ଅଂଶୁଘାତ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଅଂଶୁଘାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ସକାଳ ୧୧ ଘଣ୍ଟାରୁ ଅପରାହ୍ଣ ୩ଘଣ୍ଟା ପର୍ଯ୍ୟନ୍ତ ପଦାକୁ ବାହାରନ୍ତୁ ନାହିଁ, କୋଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ ଥିଲେ ପ୍ରଚୁର ଜଳ, ତୋରାଣି, ପଇଡ ପିଇ ଧଳା ଛତା, ଓଦା ଲୁଗା ମୁଣ୍ଡରେ ପଗଡି ବାନ୍ଧି, ଧଳା ସୁତାଲୁଗା ପରିଧାନ କରି ବାହାରନ୍ତୁ। ପାଣି ବୋତଲ ସାଥିରେ ନିଅନ୍ତୁ। ସୂର୍ଯ୍ୟ ତାପରୁ ଚର୍ମକୁ ରକ୍ଷା ପାଇଁ ନଡ଼ିଆ ତେଲ କିମ୍ବା ଘୃତ କୁମାରୀ ରସ ଦେହରେ ଲଗାନ୍ତୁ। ପିଆଜ, କାକୁଡି, ଖରଭୁଜ ଖାଆନ୍ତୁ, ଗୁଡ଼ ସର୍ବତ ପିଅନ୍ତୁ। ମୁଣ୍ଡ ଘୁରାଇଲେ, ଜିଭ ଶୁଖିଲେ ସର୍ବତ ପିଇ କଦଳୀପତ୍ର ବା ପଦ୍ମପତ୍ର ବିଛାଇ ବିଶ୍ରାମ ନିଅନ୍ତୁ। ତାଳପତ୍ର ବିଞ୍ଚଣା ବା ପଙ୍ଖା ବ୍ୟବହାର କରନ୍ତୁ।ବରଫ ସିଧା ଲଗାନ୍ତୁ ନାହିଁ। ମୁଣ୍ଡ ଦେହରେ ଶରୀର ଉତ୍ତାପ ବଢିଲେ ମୁଣ୍ଡ ଧୁଅନ୍ତୁ ଓ ଦେହକୁ ଓଦା କନାରେ ପୋଛିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଛି।

Share This Article