ଭୁବନେଶ୍ୱର : ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଘଣ୍ଟାକୁ ୧୭୫ରୁ ୧୮୫ କି.ମି. ବେଗରେ ପବନ ସୁ ସୁ ଗର୍ଜନ କରି ତାଣ୍ଡବ ରଚାଇଲା। କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଆଦି ୧୪ଟି ଜିଲା ନିମିଷକେ ଛାରଖାର ହୋଇଗଲା। ମହାଦ୍ରୁମ ଉପୁଡ଼ିବା ସାଙ୍ଗକୁ ବିଦ୍ୟୁତ୍ ଟାୱାର ଚୁରମାର ହୋଇଗଲା। ଏହି ଅଦିନିଆ ଝଡ଼ରେ ଦୋହଲି ଯାଇଥିଲା ଉପକୂଳ ଓଡ଼ିଶା। ଉଜୁଡ଼ି ଗଲା ପର୍ଯ୍ୟଟନର ସହର ପୁରୀ। ଏହି ପ୍ରଳୟଙ୍କରୀ ଝଡ଼କୁ ବର୍ଷେ ବିତି ଯାଇଥିଲେ ମଧ୍ୟ ସେଦିନର ସେହି ଲୋମ ଟାଙ୍କୁରା ଦୃଶ୍ୟ ଆଜି ବି ତାଜା ହୋଇରହିଛି। ବାତ୍ୟା ନାଁ ଶୁଣିବା ମାତ୍ରେ ଉପକୂଳବାସୀଙ୍କ ମନରେ ଛନକା ପଶି ଯାଉଛି। ନିକଟରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କାଳେ ବାତ୍ୟା ରୂପ ନେଇ ଓଡ଼ିଶା ଆଡ଼େ ମୁହାଁଇବ ସେହି ଭୟରେ ପୁଣି ଉପକୂଳବାସୀ ଆଶଙ୍କା ମଧ୍ୟରେ ରହିଥିଲେ। ତେବେ ଓଡ଼ିଶା ପ୍ରତି କାୈଣସି ବିପଦ ନ ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି।
ଫନୀ’କୁ ବର୍ଷେ: ବିଗାଡି ଦେଇଥିଲା ୧୪ ଜିଲା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_hcKi on ହୃଦରୋଗର ସରଳ ଉପଚାର
- CalebfaF on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- JamesCax on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- mostbet_jgMa on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- WilliamHab on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
