ନିର୍ଗୁଣ୍ଡି ଟ୍ରେନ ଦୁର୍ଘଟଣାରେ ଜଣେ ମୃତ, ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Odisha Hot News
1 Min Read

କଟକ: ଆଜି କଟକ ନିକଟସ୍ଥ ନିର୍ଗୁଣ୍ଡିଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପଶ୍ଚିମବଂଗର ଏବଂ ତାଙ୍କ ନାମ ହେଉଛି ଶୁଭଙ୍କର ରାୟ। ସେହିପରି ଅନ୍ୟ ୬ ଆହତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଯେଉଁମାନେ ସାଧାରଣ ଆହତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରି ଛାଡି ଦିଆଯାଇଛି।

ଆଜି ଦିନ ପ୍ରାୟ ୧୧ଟା ୪୫ ସମୟରେ କାମାକ୍ଷା ଏକ୍ସପ୍ରେସ ନିର୍ଗୁଣ୍ଡି ଷ୍ଟେସନ ପାର ହୋଇ ଆଗକୁ ଯାଉଥିଲା। ହଠାତ ଏକ ପ୍ରଚଣ୍ଡ ଶଦ୍ଧ କରି ଟ୍ରେନ ଏକ ଝଟକା ମାରିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଲେ। ତାପରେ ଜଣାପଡିଲା ଯେ, ଟ୍ରେନ ବଗି ଲାଇନ ବାହାରୁ ଚାଲିଯାଇଛି। ଫଳରେ ଭୟଭୀତ ଯାତ୍ରୀମାନେ ତଳକୁ ଓହ୍ଲାଇପଡିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

ଏହି ଦୁର୍ଘଟଣା ପରେ ପୂର୍ବତଟ ରେଳ ବିଭାଗ ତରଫରୁ ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା

୧୨୮୨୨ ପୁରୀ-ହାୱାଡା ଧଉଳି ଏକ୍ସପ୍ରେସ୍
୧୨୮୭୫ ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ୍
୨୨୬୦୬ ତିରୁନେଲ୍ଭେଲି-ପୁରୁଲିଆ ଏକ୍ସପ୍ରେସ୍
୧୨୭୦୪ ସିକନ୍ଦରାବାଦ-ହାୱାଡା ଫାଲକନାମା ଏକ୍ସପ୍ରେସ୍
୧୨୫୧୩ ସିକନ୍ଦରାବାଦ-ସିଲଚର୍ ଏକ୍ସପ୍ରେସ୍

ତେବେ ଏହି ଦୁର୍ଘଟଣା କିପରି ହେଲା ସେ ନେଇ ରେଳ ବିଭାଗ ତଦନ୍ତ କରିବା ପାଇଁ ଘୋଷଣା କରିଛି।

Share This Article