ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ: ନର୍ଗୁଣ୍ଡି ଷ୍ଟେସନ ନିକଟରେ ଖସିଲା 11 ଟି କୋଚ୍

Odisha Hot News
1 Min Read

ଖୋର୍ଦ୍ଧା: ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ୍ ଡିଭିଜନର କଟକ-ନର୍ଗୁଣ୍ଡି ରେଳ ବିଭାଗର ନର୍ଗୁଣ୍ଡି ଷ୍ଟେସନ ନିକଟରେ ଉକ୍ତ ସୁପରଫାଷ୍ଟ ଏକ୍ସପ୍ରେସର 11 ଟି କୋଚ୍ ଖସିପଡିଛି।

ପୂର୍ବତଟ ରେଳବାଇ ସୂଚନା ଅନୁଯାୟୀ, କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। DRM ଖୋର୍ଦ୍ଧା ରୋଡ୍, ଜିଏମ୍ / ଇକୋଆର୍ ଏବଂ ଅନ୍ୟ ଉଚ୍ଚ ସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଭାବିତ ଟ୍ରେନର ଅଟକି ରହିଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହାସହିତ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଭୁବନେଶ୍ୱର ପାଇଁ 8455885999 ଏବଂ କଟକ ପାଇଁ 8991124238 ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

Share This Article